 |
| Konark |
କୋଣାର୍କ---- କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ୫୪ ତମ ଭାରତୀୟ ପ୍ଲାଷ୍ଟିକ ସର୍ଜନ ଡାକ୍ତର ମାନଙ୍କ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ପ୍ଲାଷ୍ଟିକ ସର୍ଜରୀ ଉପରେ ଆଧାରୀତ ଏକ ପୁସ୍ତକ କୁ ଉନ୍ନୋଚନ କରିଥିଲେ ମହାମହିମ ରାଜ୍ୟ ପାଳ ଶ୍ରୀ ଗଣେଶୀ ଲାଲ୍ । ଭାରତ ସହିତ ୧୬ ଟି ଦେଶର ପ୍ରାୟ ୮୦୦ ପ୍ଲାଷ୍ଟିକ ସର୍ଜନ କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦେଶ୍ୟ ବିଭିନ୍ନ ପ୍ଲାଷ୍ଟିକ ସର୍ଜରୀ ଡକ୍ଟର ଙ୍କ ସହ ଭାବର ଆଦାନ ପ୍ରଦାନ । ଏହା ସହ ନୂତନ ଡାକ୍ତରା ମାନଙ୍କୁ ଶିକ୍ଷିବାର ନୂଆ ସୂଯୋଗ ଦିଆଯିବ। କୈାଣସି ବ୍ୟକ୍ତିର ଶରୀରର ଯେକୋୖଣସି ଅଙ୍ଗପ୍ରତ୍ୟଙ୍ଗ ଦୁର୍ଘଟଣା କିମ୍ବା କୈଣସି ଅନ୍ୟ କାରଣରୁ କ୍ଷତି ଗ୍ରସ୍ତ ହୋଇଥିଲେ ତାହାକୁ ପ୍ଲାଷ୍ଟିକ ସର୍ଜରୀ ମାଧ୍ୟମରେ ରୋପଣ କରାଯାଇ ବ୍ୟକ୍ତିଙ୍କୁ ନୂଆ ପରିଚୟ ରୁପେ ପାଇପାରିବେ ବୋଲି ଶ୍ରୀ ଡକ୍ଟର କହିଛନ୍ତି। ପରେପରେ ମୁକ୍ତ ଆକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।