ads

Breaking News

ଶ୍ରୀମନ୍ଦିର ଭିତରର ମୋବାଇଲ୍ ରେ କଥା ଭାଇରାଲ ହେଲା


 J sheti
puri
  ପୁରୀ----ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ପୁଣି ଶ୍ରୀମନ୍ଦିର ଭିତରର ମୋବାଇଲ୍ ରେ କଥା  ଭାଇରାଲ ହେଲା ।  ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ  । ପୁରୀ  ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ ଫୋନ ପ୍ରବେଶର ଅନୁମତି ନଥିବା ବେଳେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମୋବାଇଲେ କଥା ହେଉଥିବାର ଫୋଟୋ ଏବେ ଭାଇରାଲ ହେଉଛି। ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆଖିଠାର ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏହାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ଭାଇରାଲ ହୋଇଥିବା ଫୋଟୋଟିରେ ଯୁବକ ଜଣଙ୍କ ଶ୍ରୀମନ୍ଦିରର ଚାହାଣି ମଣ୍ଡପ ଉପରେ ଛିଡ଼ା ହୋଇ କଥା ହେଉଛନ୍ତି ।
ତେବେ ଫୋନରେ କଥା ହେଉଥିବା ଯୁବକ ଜଣଙ୍କ କିଏ ଓ ତାଙ୍କ ଫୋଟୋ କିଏ ଓ କେତେବେଳେ ଉଠାଇଲା ସେନେଇ ମନ୍ଦିରର ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ମାନଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ । ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive