ads

Breaking News

ଶିକ୍ଷା ଜିଲ୍ଲା ସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତ ଉଦଘାଟିତ


 P k nohapatra
jagatasingpur
ଜଗତସିଂହପୁର---- ଜଗତସିଂହପୁର ଶିକ୍ଷା ଜି୍ଲଲା ସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ସିଦ୍ଧଳ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସଭାରେ ବିଦ୍ୟାଳୟର ପ୍ରଦାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ  । ମୁଖ୍ୟ ଅତିଥି ଭାବେ ଗଣପ୍ରତିନିଧି ଜ୍ୟୋତି ରଞ୍ଜନ ପରିଡା ଯୋଗଦେଇ ପାଠ ଅଧ୍ୟୟନ କରି ଜଣେ ଯେଉଁ ସୁବିଧା ପାି ପାରୁଛି ସେହିପିର ଜଣେ ଭଲ କ୍ରୀଡାବିତ୍ତ ହୋଇ ପାରିଲେ ସେହି ସୁବିଧା ପାଇ ପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପରିଡା କହିଥିଲେ  । ମୁଖ୍ୟବକ୍ତା ଭାବେ ଜିଲ୍ଲା କ୍ରୀଡା ନିରୀକ୍ଷକଛବିନ୍ଦ୍ର ନାଥ ବେହେରା ଯୋଗଦେଇ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ହେଉଛି ଶିକ୍ଷା ଓ କ୍ରୀଡା , ଚାତ୍ରଛାତ୍ରୀ ମାନେ କ୍ରୀଡାପ୍ରତି ଆଗ୍ରହ ପ୍ରକାଶକରିବା ଦରକାର ବୋଲି ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ  । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ୯୦ ଜଣ ବାଳକ ଓ ୪୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ  । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦିଲିପ କୁମାର ଦାସ , ଶୁକଦେବ ଜେନା, ଅଭୟ କୁମାର ମହାନ୍ତି, ଚନ୍ଦନ କୁମାର ବେହେରା, ନନ୍ଦ କିଶୋର ସାହୁ, ପ୍ରତାପ ବେହେରା, ବୈଶାଳୀ ଭୋଇ ପ୍ରମୁଖ ଖେଳ ପରିଚାଳନା କରିଥିଲେ  । ଏଠାରୁ ମନୋନୀତ ଛାତ୍ର ଛାତ୍ରୀ ମାନେ ଛତିଆ ହାଡିଦାସ ମହାବିଦ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାଗନେବେ ବୋଲି କ୍ରୀଡା ଶିକ୍ଷକ ଶ୍ରୀ ଦାଶଙ୍କ ଠାରୁ ସୁଚନା ମିଳିଛି  ।
 ଜଗତସିଂହପୁରରୁ  ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts