 |
| Baragarh |
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାଲ ଓ କନ୍ୟା ଶିବିର ପାଳିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବରାଜ ବେହେରା ଓ ଡ଼ ଜାଗୃତି ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଝୋଟି ପକା,ଶାଢ଼ୀ ପିନ୍ଧା ପ୍ରତିଯୋଗିତା,ମାଣବସା ପୂଜା ଓ ପିଠା ପ୍ରଦର୍ଶନୀ କରାଯାଇଥିଲା। ଛାତ୍ର ମାନଙ୍କର ଏକକ ଅଭିନୟ,ବଲ ଫିଙ୍ଗା,ମ୍ୟୁଜିକ ଚେୟାର ଓ ଜିଲାପି ଖାଇବା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଏହି ଅବସରରେ ଵିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ