ads

Breaking News

ଥୁଆପାଲି ୧୧ଦିନ ଧରି ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ଉଦଘାଟିତ


N Das
Baragarh
 ବରଗଡ଼----- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଥୁଆପାଲି ୧୧ଦିନ ଧରି ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ଜିତେନ୍ଦ୍ରୀୟ ପୋଢ଼ଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଭେଡେନ ଥାନା ଅଧିକାରୀ ହେମନ୍ତ ରାଓ , ସମ୍ବାନୀତ ଅତିଥିଭାବେ ଏସ ଆଇ ମନୋଜ ପଧାନ,ସାମ୍ବାଦିକ ମୁକୁନ୍ଦ ସଢଙ୍ଗୀ,ସାମ୍ବାଦିକ ସରୋଜ ରଥ,ବରିଷ୍ଠ କଳାକାର ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ରହିଥିଲେ।କମିଟିର ଉପ ସଭାପତି ନିମାଇଁ ଜୁଆଡି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଭୁଲା ଜୁଆଡି,ସହ ସମ୍ପାଦକ ବାପୁଲୁ ମେହେର,କୋଷାଧକ୍ଷ ଶିବ ଜୁଆଡି,ସହ କୋଷାଧକ୍ଷ ସୋନୁ ବେଗ,ମହିଳା କମିଟିର ସରସ୍ୱତୀ ସ୍ୱାଇଁ,ସନ୍ତୋସିନୀ ଭୋଇ,ଯମୁନା ଜୁଆଡି,ପଦ୍ମାବତୀ ଜୁଆଡି,ମିନା କୁମ୍ଭାର,ଆଶା କୁମ୍ଭାର,ସାଂସ୍କୃତିକ କମିଟିର ଚିଟୁ ବାବୁ,ଆଶିଷ ବୁଡ଼େକ, ଲଛିନ୍ଦ୍ର ବାଦୀ,ସଂଜୀବ ଭୋଇ,ଶ୍ୟାମ ପୋଢ଼,ବିଜୟ ବୁଡ଼େକ,ପ୍ରକାଶ ଦାଶ,ଜପ କୁମ୍ଭାର,ମଞ୍ଚ ପରିଚାଳନା କମିଟିର କିରନ କୁମ୍ଭାର,ପିଣ୍ଟୁ ମେହେର ନରେଶ ପାଳ,ମୁଖନୁ କୁମ୍ଭାର,ଲକ୍ଷ୍ମୀ ବୁଡ଼େକ,ମାଲୁ ସୁନା,ସୌରବ ଜୁଆଡି ପ୍ରମୁଖ ଉପସ୍ଥିତ ଥିଲେ।ଧନୁଯାତ୍ରାର ପ୍ରଥମ ସନ୍ଧ୍ୟାରେ କଂସର ଜନ୍ମ ଜାଣି ଦେବତା ମଣ୍ଡଳୀ ଭୟଭୀତ,ସମସ୍ତ ଦେବତା ମଣ୍ଡଳୀ କଂସକୁ ବଧିବା ପାଇଁ ବ୍ରହ୍ମା ଙ୍କ ନିକଟରେ ଉପସ୍ଥିତ, ବ୍ରହ୍ମା ବିହିତ ପ୍ରତିକାର ପାଇଁ ସମଗ୍ର ଦେବତାଙ୍କ ସହ ଗୋଲକ ବୈକୁଣ୍ଠ ପତି ବିଷ୍ଣୁଙ୍କ ନିକଟରେ ଉପସ୍ଥିତ,ବିଷ୍ଣୁ,ଶୁକ୍ଳ ଓ କୃଷ୍ଣ ଙ୍କ ଦୁଇଟି ଲୋମ ଉପାଡି ଦେବତାଙ୍କୁ ପ୍ରଦାନ,ଉଭୟ ଲୋମ ନେଇ ଦେବତା ମଣ୍ଡଳୀ ପ୍ରତ୍ୟାବର୍ତ୍ତନ,ଶୁକ୍ଳ ଓ କୃଷ୍ଣଙ୍କ ଉଭୟ ଲୋମ ମର୍ତ୍ୟ ମଣ୍ଡଳରେ କୃଷ୍ଣ ବଳରାମ ରୂପେ ଜନ୍ମ ହେବନେଇ ଦେବତା ମଣ୍ଡଳୀକୁ ସ୍ୱପ୍ନ ଆଦି ଦୃଶ୍ୟ ଅଭିନିତ ହୋଇଥିଲା। ଇନ୍ଦ୍ର-ଲଖିନ୍ଦ୍ର ଭୋଇ,କୁବେର-ଅଶ୍ୱିନୀ ଡ଼ନସନା,ବରୁଣ-ବାବୁଲାଲ ଭୋଇ,ଵିଷ୍ଣୁ-ପାର୍ଥ ଭାଟି,ବ୍ରମହ ତେଜରାଜ ସେଟ ପ୍ରମୁଖ ଅଭିନୟ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

ads

Blog Archive

Popular Posts