କନ୍ଧମାଳ ଜିଲ୍ଲାରେ ବନ ବିଭାଗର ଅଜବ ନୀତି
ବାଲିଗୁଡା -----ବନ ବିଭାଗ କର୍ମଚାରୀଙ୍କ ଖାମ ଖିଆଲି ନୀତି । ଶୀତଦିନରେ ଲହରୀ ଭାଙ୍ଗୁଛି ଗରମ । ତଥାପି ଗଛ କଟା କମୁନି କନ୍ଧମାଳ ଜିଲ୍ଲାରେ । ରାଜ୍ୟ ସରକାର ସବୁଜ ବିପ୍ଲବ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟ ପକ୍ଷେ କନ୍ଧମାଳ ଜିଲ୍ଲାରେ ବନ ବିଭାଗର କେତେକ ଅଧିକାରୀ କାଠ ମାଫିଆଙ୍କ ସହ ହାତ ମିଳାଇ କାଟି ନେଉଛନ୍ତି ଗଛ । ଗୋଟିଏ ପକ୍ଷେ ରାଜ୍ୟ ସରକାର ଗଛ ଲଗାଇଥିବା ବେଳେ ଜଙ୍ଗଲ ବିଭାଗ ଜଙ୍ଗଲ ଧ୍ବଂସ କରୁଥିବା ଜଣସାଧାରଣ କହିଛନ୍ତି । ପୃଥିବୀ ପୃଷ୍ଠରେ ଜଳବାୟୁର ପରିବର୍ତ୍ତନ ,ଡିସେମ୍ବର ମାସ ସରିବାକୁ ବସିଲାଣି । ହେଲେ କନ୍ଧମାଳିଆ ଶୀତ ହଜି ଯାଇଛି । ଶୀତଦିନରେ ଗରମ ଲହରୀ ଭାଙ୍ଗୁଛି । ଦିନ ରାତି ପଙ୍ଖା ନଦେଲେ ଶୋଇ ହେଉନାହିଁ । ଲୋକମାନଙ୍କର ତଥାପି ଚେତା ପସୁନାହିଁ । ଅବାଧରେ ଚାଲିଛି ଗଛ କଟା । ବୃକ୍ଷ ରୋପଣ ପାଇଁ ସ୍କୁଲ କଲେଜ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସବୁ ସ୍ତରରେ ସଚେତନତା ପାଇଁ ପ୍ରୟାସ ଜାରି ରହିଛି । ପରିବେଶର ସନ୍ତୁଳନ ରକ୍ଷା କରିବା ସହିତ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ସରକାରଙ୍କ ବନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମାଗଣାରେ ଚାରା ବଣ୍ଟନ କରୁଛନ୍ତି । ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରୁଛନ୍ତି ବୋଲି କାଗଜ ପତ୍ରରେ ଉଲ୍ଲେଖ କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଜଙ୍ଗଲ କ୍ଷୟ ବୃଦ୍ଧି ପାଇବାରେ ଲାଗିଛି । ଜଳବାୟୁର ପରିବର୍ତ୍ତନ ହେଉଥିବାରୁ ବର୍ଷା ଦିନରେ ଠିକ ଭାବରେ ବର୍ଷା ହେଉନାହିଁ । କିନ୍ତୁ ସ୍ଥାନୀୟ ବନ ବିଭାଗର ଖାମଖିଆଲି ତଥା ବେପାରୁଆ ମନୋଭାବ ଯୋଗୁଁ ଜଙ୍ଗଲ ହ୍ରାସ ପାଉଥିବା ଜଣାପଡ଼ିଛି । ଜଙ୍ଗଲ ବିଭାଗ ସଚେତନ ହେବା ନିହାତି ଆବଶ୍ୟକ ବୋଲି ବରିଷ୍ଠ ପରିବେଶବିତ ରାଜେଶ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା



