ads

Breaking News

ସ୍ୱାଦ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ହାତଧୁଆ ସଚେତନତା ଶିବିର

 D Senapati
Sakhigopal 
 ସାକ୍ଷୀଗୋପାଳ------ ପୁରୀ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛୋସେବୀ ଅନୁଷ୍ଠାନ ସ୍ୱାଦ ପକ୍ଷରୁ ବାତ୍ୟା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଲୋକମାନଙ୍କର ସ୍ୱାସ୍ଥ୍ୟ ସଚେତନତା ନେଇ ଏକ ଅଭିଯାନ ସ୍ୱାଦ ଅନୁଷ୍ଠାନ ଆରମ୍ଭ କରିଛି । ସେଥି ମଧ୍ୟରୁ ସର୍ବ ପ୍ରଥମ ହେଉଛି ମଳତ୍ୟାଗ ଓ ଖାଇବା ଆଗରୁ ନିଜକୁ କିପରି ରୋଗ ଠାରୁ ଦୂରରେ ରଖିହେବ ସେଥିନେଇ ହାତଧୂଆ ପ୍ରଥମ କାର୍ଯ୍ୟ ବୋଲି ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ମାନେ ମତ ପ୍ରକାଶ କରିଛନ୍ତି । ଏହାକୁ ନଜର କରି ମଙ୍ଗଳବାର ଦିନ ସତ୍ୟବାଦୀ ବ୍ଳକର ରାୟଖଣ୍ଡି ଗ୍ରାମ ପଞ୍ଚାୟତର ମହେଶ୍ୱର ଛକଠାରେ ଜୟଦୁର୍ଗା ନୋଡାଲହାଇସ୍କୁଲ,ଗବକୁଣ୍ଡ,ପରଜାପଡା ପ୍ରୋଜେକ୍ଟବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ହାତଧୁଆ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ  । ସ୍ୱୋଛାସେବୀ ଅନୁଷ୍ଠାନର ଅଧିକାରୀ ବିପିନୀ ବିହାରୀ ଷଡଙ୍ଗୀ ଓ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ହାତଧୁଆ ସମ୍ପର୍କେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ  । ସ୍ନେହାଶିଷ ମିଶ୍ର ଗଣେଶ ସ୍ୱାଇଁ ଛାତ୍ର କିପିରି ହାତଧୁଆ କରାଯିବା ଦରକାର ତାହା ଦେଖାଇଥିଲେ  । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମହେଶ୍ୱର ପ୍ରଧାନ, ଶିକ୍ଷୟତ୍ରୀ ବିଷ୍ଣୁପିୟା ମିଶ୍ର, ମିତାଲି ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ  । ନାଏବ ସରପଞ୍ଚ ପ୍ରଫୁଲ ଚନ୍ଦ୍ର ମିଶ୍ର ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଶେଷରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଗୋଟିଏ ଗୋଟିଏ ହ୍ୟାଣ୍ଡୱାସ ପ୍ରଦାନ କରାଯାଇଥିଲା  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts