ads

Breaking News

ପୁଣି ଚର୍ଚ୍ଚା ରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ; ମୋବାଇଲ ଲାଇଟ ରେ ରୋଗୀ ଚିକିତ୍ସା


 Sdhaliei
nayagarha

   ନୟାଗଡ଼----- ପୁଣି ଚର୍ଚ୍ଚା ରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ । ଏଥର ଚର୍ଚ୍ଚା ମୋବାଇଲ ଲାଇଟି ରେ ରୋଗୀ ଚିକିତ୍ସା । ଲାଇନ କଟି ଯିବାରୁ ମେଡ଼ିସିନ ୱାର୍ଡ ରେ ଡାକ୍ତର ମୋବାଇଲ ଲାଇଟ ରେ ରୋଗୀ ଚିକିତ୍ସା କରୁଥିବା ଗତକାଲି ରାତିରେ ଦେଖିବାକୁ ମିଳିଛି । ଏହା ହୋଉଛି କେଉଁ ଅପନ୍ତରା ଅଞ୍ଚଳ ନୁହେଁ । ଖୋଦ ମନ୍ତ୍ରୀଙ୍କ ଅଞ୍ଚଳ । ବିଦ୍ୟୁତ ଥିବା ସମୟରେ ରୋଗୀ ସେବା କରୁଥିବା ସମୟରେ  ଲାଇନି କଟି ଯିବାରୁ  ଚିକିତ୍ସାଳୟ ମେଡିସିନ ୱାର୍ଡରେ ଡାକ୍ତର ୧୫ ରୁ  ୨୦ ମିନିଟ ଧରି ମୋବାଇଲ ଟର୍ଚ୍ଚ ଲାଇଟ ରେ ରୋଗୀ ଚିକିତ୍ସା ଡାକ୍ତର କରିବା ଘଟଣା ବେଶ ଚର୍ଚ୍ଚା ହୋଇଛି ।, ମୁଖ୍ୟ ଚିକିତ୍ସାଳୟ ର ସ୍ବାସ୍ଥ୍ୟସେବା କୁ ପଦାରେ ପକାଇଛି , ଡାକ୍ତର ମୋବାଇଲ ଲାଇଟ ରେ ରୋଗୀ ଚିକିତ୍ସା କରିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମେଡ଼ିକାଲ ରେ ରୋଗୀଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ୫ଟି ଓ ମୋ ସରକାର ଲାଗୁକରିଛନ୍ତି । ତଥାପି  ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର , ଓ ବିଭିନ୍ନ ବିଭାଗର କର୍ମଚାରୀ ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।ତେବେ ଏନେଇ ଆମେ ନୟାଗଡ଼ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟ ପକ୍ଷେ ଚିକିତ୍ସାଳୟରେ ଜରୁରୀକାଳୀନ ବିଦ୍ୟୁତର ବ୍ୟବସ୍ଥା ଯାଇକି ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉନଥିବା ଜନସାଧାରଣ କହିଛନ୍ତି। ବିଶେଷ କରି କିଛି କର୍ମଚାରୀ ବିରୋଧୀ ଦଳ ସହିତ ହାତ ମିଳାଇ ମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ଅଞ୍ଚଳରେ ଆଲୋଚନା ହେଉଛି। 
 ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts