ads

Breaking News

ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଲା

ବରଗଡ଼ ----  ଡମ୍ପର ଚାପାରେ ମୃତ୍ୟୁ ଘଟିଥିବା ଛାତ୍ରୀଙ୍କୁ ନେଇ ଦୀର୍ଘ ସାଢ଼େ ଚାରି ଘଣ୍ଟା ପାହାଡ଼ଶ୍ରୀଗିଡା ରାସ୍ତାକୁ ଅବରୋଧ କରିଥିଲେ ଜଣସାଧାରଣ ଓ ମୃତ ଛାତ୍ରୀଙ୍କ ପରିବାର ।   ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉତ୍ତେଜିତ ଲୋକମାନଙ୍କ ସହ ମୃତକଙ୍କ ପରିବାର,  ପାହାଡ଼ଶ୍ରୀଗିଡା କଲେଜର ଛାତ୍ରଛାତ୍ରୀ, ଉକ୍ତ ଟ୍ରକ ମାଲିକ ସହିତ ଅତାବିରା ଥାନାରେ ଏକ ଆଲୋଚନା ଆସନ୍ତା କାଲି କରାଯିବ । ପିଏନବି ରାସ୍ତାର ପ୍ରଶସ୍ତି କରଣ କରିବା ପାଇଁ ବିଧାୟିକା ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଜିଲ୍ଲା ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ମୁତ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ଚାରି ଘଣ୍ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts