ads

Breaking News

ଅଭୟ ମିଶ୍ର ସ୍ମାରକି ଉପଲକ୍ଷେ କୁଇଜୀ ପ୍ରତିଯୋଗିତା

 D Senapati
Sakhigopal 
ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକର ବଳରାମପୁରଗଡ ଗ୍ରାମ ପଞ୍ଚାୟ ଅନ୍ତର୍ଗତ ବୁଢ଼ାକେରା ଗ୍ରାମରେଥିବା ଅଭୟ ମିଶ୍ର ସ୍ମାରକି ଆସେସିଏସନ ପକ୍ଷରୁ ୬ଷ୍ଠ ବାର୍ଷିକୀ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ନୋଡାଲହାଇସ୍କୁଲ ପରିସରରେ ଅନୁଷ୍ଠିତ କୁଇଜି ପ୍ରତିଯୋଗିତାରେ ମାଳସାହି ହାଇସ୍କୁଲ, କେତକି ପାଟଣା ହାଇସ୍କୁଲ, ଗୁଆଳି ଗୋରଡା ନୋଡାଲହାଇସ୍କୁଲ, ପରଜାପଡା ଶିଶୁ ମନ୍ଦିର, ପାରକେଣା ହାଇସ୍କୁଲ, ବଳଙ୍ଗାଶିଶୁ ମନ୍ଦିର, ବଳଙ୍ଗା ହାଇସ୍କୁଲ ବନ୍ଧମୁଣ୍ଡା ସ୍କୁଲ. ପୁରୁଣା ବୁଢ଼ା କେରା ଓ ନୂଆସନ୍ଥ ଉତ୍କଳମଣି ଗୋପବନ୍ଧୁ ନୋଡାଲ ହାଇସ୍କୁଲର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ରମେଶ ଚନ୍ଦ୍ର ମାଝି ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ସୁବାସ ଚନ୍ଦ୍ର ଜେନା ଓ ଦୁର୍ଯ୍ୟୋଧନ ପ୍ରଧାନ ସହଯୋଗ କରିଥିଲେ  ।  ଅନୁଷ୍ଠିତ ପ୍ରତିଯୋଗିତାରେ ମଧୁମିତା ବିଶ୍ୱାଳ,  ସୂର୍ଯ୍ୟ ରାଉତ ଓ ବୈଶାଖୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ତାନରେ ଅଙ୍କିତା ଦିକ୍ଷିତ, ସ୍ଥିତିପ୍ରଜ୍ଞା ପଣ୍ଡା, ମିନୁ ବିଶ୍ୱାଳ, ତୁତୀୟସ୍ଥାନରେ ଆରାଧନା ବେହେରା, ମଧୁମିତା ରାଉତ, ଅଲିପ୍ସା ମିଶ୍ର, ସ୍ୱାତି ମହାପାତ୍ର, ମନିକା ଦାସ, ଚିନ୍ମୟୀ ଦାସପ୍ରମୁଖ କୃତିତ୍ୱ ହାସଲ କରିଛନ୍ତି । ରବିବାରଦିନ ଅନୁଷ୍ଠନା ପକ୍ଷରୁ କେତକି ପାଟଣା ହାଇସ୍କୁଲ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଂଯୋଜକ ଦିପୁ ପ୍ରଧାନଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

ads

Blog Archive

Popular Posts