ads

Breaking News

ସତ୍ୟବାଦୀରେ ଜାତୀୟ ଶକ୍ତି ସଂଳକ୍ଷଣ ଦିବସ ପାଳିତ

 D Senapati
Sakhigopal 
ସାକ୍ଷୀଗୋପାଳ -----  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ  ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକସଚେତନତା ରାଲି କରାଯାଇଥିଲା  । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ପତାକା ହଲାଇ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ  । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ଓଡିଆ ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରୀ ମାନେ ଶକ୍ତି ସଂରକ୍ଷଣ ସମ୍ପର୍କେ ବିଭିନ୍ନଲେଖା ଥିବା ପ୍ଲାକାର୍ଡ ହାତରେ ଧରି ସ୍କେଗାନ ଦେଇ ବଜାର ପରିକ୍ରମା କରି ଜନସଚେତନତା ସୃଷ୍ଟି କରିଥିଲେ  । ପରେ ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା  । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ  । ବ୍ଳକ ସ୍ତରୀୟ ଲିଖତ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଅବିନାଶ ମହାପାତ୍ର, ଛାତ୍ରୀ ଜିତା ମଲ୍ଲିକ ଓ ଛାତ୍ର ସମ୍ପଦ ପ୍ରଧାନଙ୍କୁ ୧୦୦୦ଟଙ୍କା, ୮୦୦ଟଙ୍କା ଓ ୬୦୦ଟଙ୍କା ପୁରଷ୍କାର ପ୍ରଦାନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ଏନସିସି କ୍ୟାଡରର ପିଲାମାନେ ସାମିଲହୋଇଥିଲେ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ, ପ୍ରଶାନ୍ତ କୁମାର ତ୍ରିପାଠୀ, ବୈଜୟନ୍ତୀ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ଶକ୍ତି ସଂରକ୍ଷଣ ସମ୍ପର୍କରେ ପିଲା ମାନଙ୍କୁ ସଚେତନତା କରାଇଥିଲେ  । ଦୁଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts