ads

Breaking News

ସରକାରୀ ଯାଗା ଦଖଲ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ

 ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ସେବତୀପୁର ପୂର୍ବପାରି ଗ୍ରାମରେ ଏକ ସରକାରୀ ଯାଗାକୁ ଦଖଲ କରିବାକୁ ନେଇ ମାରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ  ଉକ୍ତ ଗ୍ରାମର ମଣି ପ୍ରଧାନ (୬୦) ଶନିବାର ସକାଳେ ଗ୍ରାମରେ ଥିବା ଅଙ୍ଗବାଡି କେନ୍ଦ୍ର ପାଖରେ ସେହି ଗ୍ରାମର ଭଜମନ ପ୍ରଧାନ, ସପନା ପ୍ରଧାନ, ରଙ୍ଗ ପ୍ରଧାନ, ଗୁଡୁ ପ୍ରଧାନ ଓ ଗୁରୁଦେବ ପ୍ରଧାନ ବିଭିନ୍ନ ମାରଣାସ୍ତରେ ସୁସଜିତ ହୋଇ ମଣି ପ୍ରଧାନଙ୍କୁ ଆକ୍ରମଣ କରିଥିବା ନେଇ ସେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମଣି ପ୍ରଧାନଙ୍କ ମୁଣ୍ଡ ଓ ଅନେକ ଯାଗାରେ କ୍ଷତ ହୋଇଛି । ଅନ୍ୟ ପକ୍ଷେ ଏହି ଯାଗାରେ ଗ୍ରାମକୁ ଆସିଥିବା ଅଙ୍ଗନବାଡି କେନ୍ଦ୍ର କରାଇ ନ ଦେବାକୁ ନେଇ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗିଛି । ସେହିପରି ସେବତୀ ପ୍ରଧାନ ଡେଲାଙ୍ଗ ଥାନାରେ ଅନ୍ୟ ଏକ ଅଭିଯୋଗ ଆଣିଛନ୍ତି । ଡେଲାଙ୍ଗ ପୋଲିସ ଦୁଇ ଗୋଷ୍ଠୀର କିଛି ଲୋକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

ads

Blog Archive

Popular Posts