ads

Breaking News

ଟଙ୍କା ଲୁଟ ପାଇଁ ବ୍ୟବସାୟୀଙ୍କୁ ହାଣିଲେ ନିଶାଖୋର ଯୁବକ

ସାକ୍ଷୀଗୋପାଳ----  ସତ୍ୟବାଦୀ ଥାନା ଅଞ୍ଚଳରେ ଏବେ ନିଶାଖୋର ଯୁବକ ମାନେ ମାତିଛନ୍ତି । ସାକ୍ଷୀଗୋପାଳରେ ଯୁଆଡେ ଦେଖିବ ସିଆଡେ ବେଶୀ ଓ ବିଦେଶୀ ମଦ ସହିତ ଗଞ୍ଜେଇ ବିକ୍ରୟ ହେଉଥିଲା  । ଏବେ ହିରୋଇନ, କୁକୁନି, ଚରସ ଭଳି ବିଷାକ୍ତ ନିଶା କେତକ ଯୁବକ ମାନେ ଖୋଲାଖୋଲି ଭାବେ ପୋଲିସର ସହଯୋଗରେ ବିକ୍ରୟ କରୁଥିବା ଜଣସାଧାରଣଙ୍କ ପକ୍ଷରୁ ଅଭିଯୋଗ ମାନ ହେଉଛି । ଯାହା ଫଳରେକି ପାଉଡର ଖାଇବା ପାଇଁ ଅର୍ଥ ଅଭାବ ହେବାରୁ ସେମାନେ  ଚୋରୀ ,ଡକାୟତ. ରାହଜାନୀ ପ୍ରଭୃତି କରିବାକୁ ପଛାଉନାହାନ୍ତି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ପ୍ରଶାନ୍ତ କୁମାର ମିଶ୍ର (୪୯) ନିଜର ଗୋଖାଦ୍ୟ ଦେକାନ ବନ୍ଦ କରି ଶୁକବ୍ରାର ଘରକୁ ଫେରୁଥିବା ସମୟରେ ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁର ରାସ୍ତାର ପଟାଶଙ୍ଖ ନିକଟରେ ତାଙ୍କୁ ହଂସୁଆ କଟୁରୀରେ ଆକ୍ରମଣ କରାଯାଇଛି ବୋଲି ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ।  ସୁଚନାଯୋଗ୍ୟ ଯେ ଦୁଇ ଜଣ ଯୁବକ ଏକ ମଟର ସାଇକେଲରେ  ଆସି କଟୁରୀରେ ଆକ୍ରମଣ କରିଥିଲେ  । ମାତ୍ର ତାଙ୍କ ପଛରେ ଉକ୍ତ ଗ୍ରାମର ଶରତ କୁମାର ନନ୍ଦ ( ଧଡୁ ) ପହନ୍ତି ଯିବାରୁ ନିଶାଖୋର ଯୁବକ ମାନେ ସେଠାରୁ ପଳାଇଥିଲେ  । ପାଟି ଶୁଣି ଦେବ ଭୋଇ, ନଟିଆ ଭୋଇ, ଚକରା ଭୋଇ ପହଞ୍ଚିବା ସଙ୍ଗେ ସଙ୍ଗେ  ଶ୍ରୀ ମିଶ୍ରଙ୍କୁ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି  ।  ୍ଅଭିଯୋଗ ପାଇବା ପରେ ଥାନା କେସନଂ ୨୫୧ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଛନ୍ତି । ସୁଚନାଯୋଗ୍ୟଯେ ଶ୍ରୀ ମିଶ୍ରଙ୍କୁ ଏହାକୁ ମିଶାଇ ତିନିଥର ଦୁବୁର୍ତ୍ତ ମାନେ ଟଙ୍କା ନେବା ପାଇଁ ଆକ୍ରମଣ କରିଥିବା ଜଣାପଡିଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts