 |
| Sakhigopal |
ସାକ୍ଷୀଗୋପାଳ ---- ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବେ ଆଇନ ଭାବେ ରାସ୍ତା ପାର ହେବା ପାଇଁ ଡିଭାରଡର କଟାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବେଆଇନି ରାସ୍ତା ଗୁଡିକ ବନ୍ଦ କରିବା ପାଇଁ ଅନେକ ଥର ଥେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯାହାକି ଉକ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି । ଆଜି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଆଗରେ ଥିବା ତାରେଣୀ ଡାବା ସମ୍ମୁଖରେ ଥିବା ବେଆଇନି ଭାବେ ଥିବା ରୋଡଡିଭାଇଡର ରେ ପୁରୀ ମାର୍କେଣ୍ଡଶ୍ୱର ସାହିର ଲଲାଟ ଟେନ୍ଦୁ ମହାନ୍ତି ଏକ ସ୍କୁଟି ଓଡି- ୧୩ ଇ- ୪୩୪୩ରେ ରାସ୍ତା ପାର ହେଉଥିବା ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ଓଡି- ୦୫ଜି- ୭୩୦୦ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେକି ଲଲାଟେନ୍ଦୁ ଛିଟିକି ପଡିବା ଯୋଗୁ ତାଙ୍କର ମୁଣ୍ଡ ଫାଟି ଯିବା ସହଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ପଠାଯାଇଛି । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରହିଛି ବୋଲି ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ