ads

Breaking News

ରେସିଙ୍ଗ ମଟର ସାଇକେଲ ଧକ୍କାରେ ଦୁଇ ଆହତ


 D Senapati
Sakhigopal 
 ସାକ୍ଷୀଗୋପାଳ ----- ଭୁବନେଶ୍ୱର-ପୁରୀ ନଂ୩୧୬ ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜ ଛକରେ ଏକ ରେସିଙ୍ଗ ମଟର ସାଇକେଲ ଧକ୍କାରେ ଦୁଇଜଣ ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସା ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ରବିବାର ଥିବାରୁ ରୋଡ ଶୋ କରିବା ପାଇଁ କଟକ ଓ ଭୁବନେଶ୍ୱରରୁ ପ୍ରାୟ ୨୦ରୁ ୩୦ ଦାମିକିଆ ତଥା ରେସିଙ୍ଗି ମଟର ସାଇକେଲ ପୁରୀ ଓ କୋଣାର୍କ ଅଭିମୁଖେ ପ୍ରତି ରବିବାର ଦିନ ସକାଳୁ ସକାଳୁ ଆସିଥାନ୍ତି । ଆଜି ଭୁବନେଶ୍ୱରର ସୁବାଷ ମହାନ୍ତି ଟ୍ରିଉମ୍ପ ରେସିଙ୍ଗ ଗାଡି ନଂ ଓଡି-୦୨-ଏଜେ- ୮୮୭୭ ଗାଡିରେ ପୁରୀ ଆସୁଥିଲେ  । ତାଙ୍କ ଆଗରେ କାଦୁଆ ଗ୍ରାମର ବିଜୟ ମଲିକ ହିରୋହୁଣ୍ଡା ଓଡି- ୧୩ଜି- ୭୧୪୩ ଗାଡିରେ ତିନିଜଣ ବସିକି ଆସୁଥିଲେ  । କୌଣସି କାରଣରୁ କଲେଜ ଛକଠାରେ ରୋଡ ପାସ କଟିଙ୍ଗିରେ ଗାଡି ବୁଲାଇବା ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରୁିଉମ୍ପ ଗାଡି ଧକ୍କା ଦେଇଥିଲା  । ଯାହାକି ବିଜୟଙ୍କ ସହିତ ଅନ୍ୟ ମାନେ ଗାଡିରୁ ଛିଟିକି ରାସ୍ତାରେ ପଡିଥିଲେ  । ସ୍ଥାନୀୟ ଲୋକମାନେ ତୁରନ୍ତ ବିଜୟ ଓ ଲିଜା ଦଳେଇ (୧୫) ଓ ଲୁସି ଗୁରୁତର ଭାବେ ଉଦ୍ଦାର କରି ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ  । ସେଠାରେ ବିଜୟ ଓ ଲିଜାଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଲୁସିକୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଗଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିବା ସହ ତଦନ୍ତ ଜାରି ରହିଛି  ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

ads

Blog Archive

Popular Posts