ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ବୁଢ଼ାକେରା ଦଳ ବିଜୟି
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ପକ୍ଷରୁ ତୃତୀୟ ପ୍ଳେ ଅଫ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଛି । ବୁଢ଼ାକେରା କ୍ରିକେଟ କ୍ଳବ ସହିତ ଉଛୁପୁର କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉଛୁପୁର କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୯ ଉଇକେଟ ହରାଇ ୧୧୮ ରନ କରିଥିଲେ । ଜବାବରେ ବୁଢ଼ାକେରା କ୍ରିକେଟ ଦଳ ୧୪.୧ ବଲ ଖେଳି ୬ ଉଇକେଟ ହରାଇ ୧୨୨ ରନ କରି ବିଜୟୀ ହୋଇଥିଲା । ବିଜୟୀ ବୁଢ଼ାକେରା ଦଳର ବ୍ରଜଶ୍ରୀ ବ୍ରଜ ମୋହନଙ୍କୁ ମ୍ୟାନଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ଗଗନ ବିହାରି ବାରିକ ଓ ଛବି ପ୍ରଧାନ ଆଜିର ମ୍ୟାଚ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


