 |
| Jagatasinghpur |
କୁଜଙ୍ଗ---- କୁଜଙ୍ଗ ଜଗନ୍ନାଥ ମନ୍ଦିର ପରିସରରେ ରାସ୍ତା ସୁରକ୍ଷା ମଞ୍ଚର ସଭାପତି ଅରୁଣ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଜନ ସଚେତନତା ସୃଷ୍ଟି କରିବା ସହ ରାସ୍ତାରେ ମଦ୍ୟପ ଗାଡି ଚାଳକଙ୍କ ଦ୍ରୁତଗତିକୁ ବିରୋଧ କରିବା । ଜନବହୁଳ ସ୍ଥାନମାନଙ୍କରେ ଷ୍ଟ୍ରିଟ୍ ଲାଇଟି, ରାସ୍ତାର ଦୁଇପାଶ୍ୱର୍ର ଜାଲି ବ୍ୟବସ୍ଥା, ରାସ୍ତାକୁ ମାଡି ଆସୁଥିବା ବୃକ୍ଷ, ବାଲି ପ୍ରଭୃତି ସଫା କରିବା,ବୁଲା ଗୋରୁ, କୁକୁର, ମାଙ୍କଡ୍ ଅବାଧ ଓ ହଠାତ୍ ପ୍ରବେଶକୁ ରୋକାଯିବା ପାଇଁ ଆଲେଚନା କରାଯାଇଥିଲା । ରାସ୍ତାର ଦୁଇପାଶ୍ୱର୍ରେ ଥିବା ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ କରିବା, ସଠିକ୍ ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ସ୍ଥାପନ, ପେଟ୍ରୋଲିଂ କଡାକଡି ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ ବୋଲି ଉକ୍ତ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ଜିଲ୍ଲା ସଂଯୋଜକ ସ୍ନେହମୟୀ ଆଚାର୍ଯ୍ୟ, ଦୀନବନ୍ଧୁ ସେନାପତି, ଅଭିଜିତ୍ ରାଜଗୁରୁ, ସୁଧାଂଶୁ ଶେଖର ଦାସ, ଶିବଚରଣ ସାମଲ, ପ୍ରଭଞ୍ଜନ ଦଳାଇ, ରଞ୍ଜିତ୍ କୁମାର ଦାସ, ପ୍ରଶାନ୍ତ କୁମାର ମାଝୀ, ମାତୃଶକ୍ତି ଦଳାଇ, ପ୍ରଦୀପ ଦଳାଇ, ଅକ୍ଷୟ ସାମଲ, ସନ୍ତୋଷ କୁମାର ପଣ୍ଡା, ରଞ୍ଜନ ସୁତାର, ଜିତେନ୍ଦ୍ର କୁମାର ଜେନା, ପ୍ରଦୀପ ତରାଇ ଓ ସମାଜସେବୀ ଭରତ ଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ଆଲେଚନାରେ ଅଂଶଗ୍ରହଣ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର