ads

Breaking News

ବରପାଲି ସାମ୍ବାଦିକ ସଂଘର ୩୩ତମ ବର୍ଷିକୋତ୍ସଵ


 N Das
Baragarh 
 ବରଗଡ଼-----  ବରପାଲି ସାମ୍ବାଦିକ ସଂଘର ୩୩ତମ  ବର୍ଷିକୋତ୍ସଵ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ରୀତା ସାହୁ  ଉତ୍ସବକୁ ଉଦଘାଟନ କରିଥିଲେ । ସମ୍ବାନୀତ ଅତିଥିଭାବେ ଆବାହକ,ମହାନଦୀ ବଞ୍ଚାଅ ଅଭିଯାନ ଓଡ଼ିଶା ଶ୍ରୀଯୁକ୍ତ ସୁଦର୍ଶନ ଦାଶ ଯୋଗ ଦେଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ମୂଖ୍ୟବକ୍ତା ଭାବରେ ଓଡିଆ ଚଳଚିତ୍ର ଅଭିନେତ୍ରୀ ତପସ୍ୱିନୀ ଗୁରୁ ଯୋଗ ଦେଇଥିଲେ।  ମଞ୍ଚପରିଚାଳନା ଦାୟିତ୍ୱ ରେ ଆଶୁତୋଷ ରଥ ରହିଥିଲେ।ଏହି ଅବସରରେ ବର୍ଷିକୋତ୍ସଵ ସାଧାରଣ ସଭା ହେବା ସହ ଅତିଥି ମାନଙ୍କ ଦ୍ୱାରା ବରିଷ୍ଠ ସାମ୍ବାଦିକ ମେଘନାଦ ସାହୁ,ସାମ୍ବାଦିକ ପଦ୍ମଲୋଚନ ସାହୁଙ୍କୁ ନାରଦ ସମ୍ମାନ,ଯାଦୁଗର ବାଳ କିଶୋର ଖାଡ଼ଙ୍ଗା,ସମାଜସେବୀ ଅକ୍ଷୟ ଭୋଇ ସମ୍ବର୍ଦ୍ଧିତ ହୋଇଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts