ads

Breaking News

୧୨ ରୁ ଅଧିକ ବାଲ୍ୟ ବିବାହ ରୋକିଲେଣି କନ୍ଧମାଳ ଝିଅ ଝୁଲିମା


 S dhaliea
Khandhamala
ବାଲିଗୁଡା ----ଫୁଲବାଣୀ ଫେରିଛନ୍ତି ଓଡ଼ିଆ ଝିଅ ଝୁଲିମା ମଲ୍ଲିକ। ସମ୍ମାନଜନକ ‘ଭି’ ଅୱାର୍ଡ ମିଳିବା ପରେ ଏବେ ସେ ନିଜ ଗ୍ରାମକୁ ଫେରି ବାଲ୍ୟ ବିବାହ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏହାକୁ ରୋକିବା ପାଇଁ କାର୍ଯ୍ୟ କରିବେ ବୋଲି ଝୁଲିମା କହିଛନ୍ତି। ବର୍ତ୍ତମାନ ୧୨ରୁ ଅଧିକ ବାଲ୍ୟ ବିବାହ ସେ ଅଟକାଇ ସାରିଲେଣି।  ଯେଉଁଠି ସରକାରଙ୍କ ପକ୍ଷରୁ ଅଧିକାରୀ ଓ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ମାତ୍ର ଜଣେ ଝିଅ ନିଜର ଇଛାଶକ୍ତି ମାଧ୍ୟମରେ ସଚେତନତା ସୃଷ୍ଟି କରି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛନ୍ତି । ଆଗାମୀ ଦିନରେ ଏନେଇ କାର୍ଯ୍ୟ ଜାରି ରଖିବେ । କନ୍ଧମାଳର ବିଭିନ୍ନ ଅଞ୍ଚଳ ବୁଲି ଏନେଇ ସଚେତନ କରିବେ ବୋଲି ଝୁଲିମା କହିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅଞ୍ଚଳର  ଝୁଲିମା ମଲ୍ଲିକଙ୍କୁ ମିଳିଥିଲା ସମ୍ମାନଜନକ ‘ଭି’ ଅୱାର୍ଡ। ଦୀର୍ଘ ଦିନ ଧରି ସ୍ୱେଚ୍ଛାସେବୀ ସଂଗଠନ ସହ ଜଡ଼ିତ ରହି ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନ ମିଳିଛି ବୋଲି ଜଣାପଡିଛି ।
 କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts