ads

Breaking News

ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ


 D Senapati
Sakhigopal 
ସାକ୍ଷୀଗୋପାଳ--- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ କ୍ରୀଡା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବକୁ ଉଦଘାଟନ କରିଛନ୍ତି । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ସଭାପତିତ୍ୱ କରିଥିଲେ  । ସମ୍ମାନୀତ ଅତିଥିଭାବେ ବିଡିଓ ସରୋଜ କୁମାର ଦତ୍ତ , ବ୍ଳକ ଶିକ୍ଷା ଅଧିକାରୀ ଧୁବଚରଣ ଜେନା, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର ପ୍ରମୁଖ ଯୋଗଦେଇ ଶାରିରୀକ ଓ ମାନସିକ ସୁସ୍ଥ ରହିବା ପାଇଁ କ୍ରୀଡା ହେଉଛି ଏକମାତ୍ର ଉପାୟ ବୋଲି କହିଥିଲେ  । ସାକ୍ଷୀଗୋପାଳ ବଜାର ମଧ୍ୟରେ ଥିବା ମା ମଉଁନେଇ ଠାକୁରାଣୀଙ୍କ ଆଳତି କାଠିରୁ ଜ୍ୟୋତି ସଂଗ୍ରହ କରାଯାଇ ମୁଖ୍ୟ ଅତିଥି ଶ୍ରମତୀ ପ୍ରଧାନ ଛାତ୍ର ମାନଙ୍କ ଠାରୁ ଜ୍ୟୋତି ସଂଗ୍ରହ କରି  ଉତ୍ସବସ୍ଥଳରେ ସ୍ଥାପନ କରିଥିଲେ  । ପରେ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ  । ଅତିଥି ମାନଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନେ ଶପଥ ଗ୍ରହଣ କରିଥିଲେ  । ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସତ୍ୟବାଦୀ ଦାସ ସଭା ପରିଚାଳନା କରିଥିଲେ  । ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ  । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଚିତ୍ରା ଖଟୋଇ ଖେଳ ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts