ଡେଲାଙ୍ଗ ବ୍ଳକରେ ବିଧାୟକଙ୍କ ଜନଶୁଣାଣି ଶିବିର
![]() |
| Delang |
ଡେଲାଙ୍ଗ –––– ଶୀତ କାଳୀନ ଅଧିବେଶନ ସରିବା ପରେ ଡେଲାଙ୍ଗ– ପିପିଲିର ବିଧାୟକ ପ୍ରଦୀପ ମହାରଥୀ ଙ୍କର ଆରମ୍ଭ ହୋଇଯାଇଛି ଜନଶୁଣାଣି ଶିବିର । ବିଧାୟକ ଗୁରୁବାର ଦିନ ବ୍ଳକ କାର୍ଯ୍ରାଳୟ ପରିସରରେ ପହି ବିଭିନ୍ନ ପାୟତରୁ ଆସିଥିବା ଲୋକମାନଙ୍କ ଠାରୁ ଅଭିଯୋଗ ଶୁଣିବା ସହ ତୁରନ୍ତ ଅଭିଯୋଗ ଗୁଡିକର ସମାଧାନ କରିବା ପାଇଁ ପ୍ରଚେଷ୍ଠା ଆରମ୍ଭ କରିଛନ୍ତି । ଏହି ଜନଶୁଣାଣି ଶିବିରରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ୍ର ପ୍ରଧାନ, ଅତିରିକ୍ତ ବିଡିଓ ପ୍ରଦୀପ କୁମାର ନାୟକଙ୍କ ସହ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ବିଶେଷ କରି ରାଶନ କାର୍ଡ, ଭର୍ତ୍ତା, ବାତ୍ୟାରେ ଭାଙ୍ଗି ଯାଇଥିବା ଘର ପାଇଁ ସରକାରୀ ସାହାର୍ଯ୍ୟରୁ ବିତ, ପାନୀୟ ଜଳ ଆଦି ବିଭାଗରେ ଲୋକମାନେ ବିଧାୟକଙ୍କ ପାକରେ ଅଭିଯୋଗ କରିଥିଲେ । ସେହିପରି ବାତ୍ୟାରେ ଭାଙ୍ଗି ଯାଇଥିବା ବିଭିନ୍ନ ବିଦ୍ୟାଳୟର ଗୃହ ମରାମତି ପାଇଁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୨ କୋଟି ୩୨ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦିତ ହୋଇଛି ବୋଲି ବିଧାୟକ ଶ୍ରୀ ମହାରଥୀ ଉପସ୍ଥିତ ଥିବା ଜନସାଧାରଣଙ୍କ ଅଗାରେ ଘୋଷଣା କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି



