 |
| Delang |
ଡେଲାଙ୍ଗ----ଡେଲାଙ୍ଗ ତହସିଲ ଅଧିନସ୍ଥ ହରିରାଜପୁର ଆରଆଇ ସର୍କଲ ଭଂସର ବାଲିଘାଟ ରୁ ଚୋରା ବାଲି ଚାଲଣ ଅନେକ ଦିନ ଧରି ଚାଲିଥଲା । ଡେଲାଙ୍ଗ ତହସିଲ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଚଢାଉ କରାଯାଇଛି । ତହସିଲଦାରଙ୍କ ଗାଡି ଦେଖି ଚାଳକ ବାଲି ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛ । ବାଲି ଉଠା ପାଇଁ ବ୍ୟବହୃତ ନମ୍ବର ବିହିନ ଜେସିବି ମେସିନକୁ ଜବତ କରି ହରିରାଜପୁର ଫାଣ୍ଡି ଅଧିକାରି ପ୍ରକାଶ କୁମାର ମଲ୍ଲିକଙ୍କ ଜିମାରେ ରଖାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଉପଜିଲ୍ଲାପାଳ ପୁରୀଙ୍କ ନିଦ୍ଦେର୍ଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଗୁରୁବାର ରାତ୍ର୮.୩୦ରେ ଦୟାନଦୀର ହରିରାଜପୁର ଆରଆଇ ଅଧିନ ଭଂସର ବାଲିଘାଟରୁ ବାଲି ଉଠାଯାଉଥିବା ବେଳେ ଅଚାନକ ଚଢାଉ କରାଯାଇଥିଲା । ଏହି ଟିମ ଚଢାଉ ସମୟରେ ତହସିଲଦାର ଡେଲାଙ୍ଗ ରାଜେନ୍ଦ୍ର ଆଚାରିଆ,ଅତିରିକ୍ତ ତହସିଲଦାର ସୋମେରନ୍ଦ୍ର ଭୁତିଆ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲ୍ଲିକ ସହିତ ଡେଲାଙ୍ଗ ପୁଲିସ ଫୋର୍ସ ରହିଥିବା ଡେଲାଙ୍ଗ ତହସିଲଦାର ଆଚାରିଆଙ୍କ ଠାରୁ ସୂଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି