 |
| nayagarh |
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଆଜି ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି।ଏହି କ୍ରୀଡା ଉତ୍ସବକୁ ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଜେନା ଉଦ୍ଘାଟନ କରିଛନ୍ତି।ଉକ୍ତ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଦାଶିବ ମିଶ୍ର ଏବଂ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଦୁଇଦିନ ଧରି ଏହି କ୍ରୀଡା ଉତ୍ସବ ଅନୁଷ୍ଠାନ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି । ଶୁକ୍ରବାର ସକାଳ ୭ଟା ରେ ଶ୍ରୀ ରଘୁନାଥ ଜୀଉ ମନ୍ଦିର ସମ୍ମୁଖରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ପହଞ୍ଚିଥିଲା । ଅତିଥି ମାନଙ୍କ ଦ୍ଵାରା କ୍ରୀଡ଼ା ପତାକା ଉତ୍ତୋଳନ କରାଯିବା ସହ ଉତ୍ସବର ଶୁଭାରମ୍ଭ ହୋଇଥିଲା ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ