ads

Breaking News

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଓ ଅଙ୍ଗନବାଡ଼ି ଗୃହ ଉଦଘାଟନ


ଡେଲାଙ୍ଗ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ। ଶ୍ରୀ ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଥେଣ୍ଟାଣ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ଉଦଘାଟନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ପ୍ରଦୀପ ମହାରଥୀ , ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପିପିଲି ବ୍ଳକ ଆମ୍ ର ଅଧ୍ୟକ୍ଷ ଧରଣୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବଜିତ ଘୋଷ, ବ୍ଲକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର , ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ,ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା, ଶ୍ରୀପୁରୁଷୋତ୍ତମପୁର ପଞ୍ଚାୟତର ସମିତି ସଭ୍ୟା ହରପ୍ରିୟା ପାତ୍ର, ବ୍ଳକ ସହ ଶିକ୍ଷା ଅଧିକାରୀ ରବିନାରାୟଣ ମହାପାତ୍ର, ଯୁଧିଷ୍ଠିର ପରିଡ଼ା, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହା ସଂଘର ସମ୍ପାଦିକା ବାସନ୍ତୀ ସାହୁ  ଓ ଆଇନଜୀବୀ ଶ୍ରୀଧର  ପ୍ରଧାନ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ ।
 D Senapati
Delang 
ଉକ୍ତ ସଭାରେ ଗ୍ରାମର ଯୁବକ ଶଶିଭୂଷଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାରେ ସଭାପତିତ୍ବ କରିଥିଲେ ସରପଞ୍ଚ  ବାଲୁଙ୍କେଶ୍ୱର ମହାପାତ୍ର । ସଭାକୁ ସଂଯୋଜନା କରିଥିଲେ ସମବାୟବିତ୍ତ ବୈରାଗୀ ଜେନା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରମା ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । 

ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts