ads

Breaking News

ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ବୁଢ଼ାକେରା ଦଳ ବିଜୟି

ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ କ୍ୱାଟର ମ୍ୟାଚରେ ତରବୋଇ ଓ ବୁଢ଼ାକେରା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ବୁଢ଼ାକେରା ଦଳ ୭ ଉଇକେଟରେ ବିଜୟୀ ହୋଇଛି । ଟଚ ଉଇନି କରି ତରବୋଇ କ୍ରିକେଟ  କ୍ଳବ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୫୮ ରନ  କରିଥିଲେ  । ଜବାବରେ  ବୁଢ଼ାକେରା କ୍ରିକେଟ ଦଳ ୭ ଓଭରରେ ୩ ଉଇକେଟ ହରାଇ  ୫୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ  । ବିଜୟୀ ବୁଢ଼ାକେରା ଦଳର ତାରିଫ ଖାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ମା ଚର୍ଚ୍ଚିକା କ୍ରୀଡା କ୍ଳବର କୋଷାଧ୍ୟକ୍ଷ ରାଜେଶ ପରିଡା ମ୍ୟାନ ଅଫ ଦି ମ୍ୟାଚ ପୁରଷ୍କାର ଶ୍ରୀ କରଙ୍କୁ ପ୍ରଦାନ କରିଥିଲେ  । ଆଜିର ମ୍ୟାଚ  ଧୁଳି କିଶୋର ସାହାଣୀ  ଓ ସୁରେଶ ସ୍ୱାଇଁ  ମ୍ୟାଚ ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts