ads

Breaking News

ପଞ୍ଚାୟତ ସ୍ତରୀୟ ଜୀବିକା ସଂଘର ବାର୍ଷିକ ଉତ୍ସବ


ପିପିଲିପିପିଲି ବ୍ଲକ ଅନ୍ତର୍ଗତ ହାଟସାହି ପଞ୍ଚାୟତ ସ୍ତରୀୟ ଓଡିଶା ଜୀବିକା ମିଶନ ସଂଘର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ମହିଳା ସଂଘ ଦ୍ବାରା କରା ଯାଇଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ମହିଳା ମାନଙ୍କୁ ଅର୍ଥନୈତିକ ସୁବିଧା ଯୋଗାଇ ଦେବା  ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଯୋଜନା କରିଛନ୍ତି ବୋଲି କହିଥିଲେ ଏହି ପାୟତ ଅଧିନସ୍ଥ ୧୩୫ଟି ମହିଳା ସ୍ବଂୟ ସହାୟକ ଗୋଷ୍ଠିମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ନିଜକୁ ନିୟୋଜିତ କରି ସିଧା ସଳଖ ଲାଭ ଉଠାଇ ପାରିବେ ବୋଲି ମହାରଥୀ କହିଥିଲେ ସେହିପରି ମହିଳା ସ୍ବଂୟ ସହାୟକ ଗୋଷ୍ଠିମାନଙ୍କୁ ମାଛ ପୋଖରୀ ନିଲାମ,  
ଛତୁଚାଷ,କୁକୁଡାଚାଷ,ଡାଇରି ଫାର୍ମ,ବିଦ୍ୟୁତ ବିଲ କଲେକ୍ସନ ଯୋଜନା ଗୁଡିକରେ ସାମିଲି କରିବା ପାଇଁ ଏହି ବାର୍ଷିକ ଉତ୍ସବରେ ଆଲୋଚନା କରାଯାଇଛି। ବିଡିଓ ପିପିଲି ଆଦିକନ୍ଦ ବେହେରା, ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ବାଇଁ,ସାସଂଦ ପ୍ରତିନିଧୀ ପ୍ରଫୁଲ୍ଲ କୁମାର ସ୍ବାଇଁ,ଆତ୍ମା ଅଧକ୍ଷ ଧରଣୀଧର ସାହୁ ,ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପିପିଲି ଶାଖା ପରିଚାଳକ ସୂର୍ଯ୍ୟ ନାରାୟଣ ରଥ,ଆଇନିଜୀବି ଶ୍ରୀଧର ପ୍ରଧାନ,କିଶୋର ଛୋଟରାୟ,ନାରାୟଣ ସ୍ବାଇଁ ,ବ୍ଲକ ଓଡିଶା ଜୀବିକା ପୋଗ୍ରାମ ଅଧିକାରୀ ଗଣେଷ ଚନ୍ଦ୍ର ସ୍ବାଇଁ ,ସୁନିତା ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟଗୁଡିକ ସଠିକ ରୁପେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି ପରିପ୍ରେକ୍ଷିରେ ପାୟତର ୩୦ଟି ମହିଳା ଗୋଷ୍ଠି ମାନଙ୍କୁ ଗୋଷ୍ଠି ବିନିଯୋଗ ପାଣ୍ଠି ଭାବେ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି।
ପିପିଲିରୁ ବିଜୟ କୁମାର ମହାପାତ୍ର 

ads

Blog Archive

Popular Posts