ads

Breaking News

ଅଙ୍ଗନବାଡି କେନ୍ଦ୍ରରେ ପୋଷାକ ବିତରଣ ଉତ୍ସବ

ଜଗତ୍ସିଂହପୁର - କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଜଳଧରପୁର ଅଙ୍ଗନବାଡି କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷକ ବିତରଣ କରାଯାଇଛି । କୁଜଙ୍ଗ ପଞ୍ଚାୟତର ନବାଡିଆ ଗ୍ରାମର ବାବା ନବେଶ୍ୱର ସ୍ୱୟଂ ସହାୟକ ଗ୍ରୁପ ତରଫରୁ ପୋଷାକ ଯୋଗାଇ ଦିଆଯାଇଛି । ଅଙ୍ଗନବାଡି କର୍ମୀ ନିତମ୍ବିନୀ ସାମନ୍ତରାୟଙ୍କ ଦ୍ୱାରା ଏହି ପୋଷକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ତ ସ୍ୱୟଂ ସହାୟକ ଗ୍ରୁପର ସଭାନେତୀଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ପାରିପାଶ୍ୱର୍ିକ ଦୃଷ୍ଟିରୁ ଉକ୍ତ ଅଙ୍ଗନବାଡି କେନ୍ଦ୍ର ପରିସର ଦେଖିବାକୁ ଖୁବ୍ ସୁନ୍ଦର ଭାବେ ସଜବାଜ କରାଯାଇଛି । କୋମଳମତି ଶିଶୁ ମାନେ ପାଠ ପ୍ରତି କିପିର ଆଗ୍ରହ ପ୍ରକାଶ କରିବେ ସେଥି ପାଇଁ କାନ୍ଥରେ ବିଭିନ୍ନ ଶିକ୍ଷା ପୋଷ୍ଟର ମରାଯାଇଛି । ସେହିପରି ଆନୁସାଙ୍ଗିକ  ସମସ୍ତ ବନ୍ଦୋବସ୍ତ ଥିବାରୁ ସେହି ଅଙ୍ଗନବାଡି କେନ୍ଦ୍ର ଉପରେ ସମସ୍ତଙ୍କ ନଜର ରହିଆସିଛି । ସ୍ୱୟଂ ସହାୟକ ଗ୍ରୁପର ଏହି ପୋଷକ ବଣ୍ଟନକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ତରଫରୁ ପ୍ରଶଂସା କରାଯାଇଥିଲା । 
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
 P mohapatra
jagatasinhpur

ads

Blog Archive

Popular Posts