 |
| Beguni |
ବେଗୁନିଆ--- ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସମିତି ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ପ୍ରଥମେ ସମ୍ପାଦକ ଦିବାକର ସାହୁ ଓ ତାଙ୍କ ଧର୍ମପତ୍ନୀ ମଞୁଲତା ସାହୁ ରକ୍ତ ଦେଇଥିଲେ । ପରେ ପରେ ସଭ୍ୟ ପ୍ରସନ୍ନ ବାରିକ ଓ ପତ୍ନୀ ବିନୋଦିନୀ ବାରିକ ଓ ଜଗବନ୍ଧୁ ପଣ୍ଡା ଓ ପତ୍ନୀ ବନ୍ଦିତା ପଣ୍ଡା ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାକୁ ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସାହିତ୍ୟ ଘରର ଉପଦେଷ୍ଟା ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ,ଉପସଭାପତି ପତିତପାବନ ବଳବନ୍ତରାୟ,ସହସମ୍ପାଦକ ମନୋଜ କୁମାର ମହାପାତ୍ର,କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ,ଆଦର୍ଶ କ୍ଲବର ସମ୍ପାଦକ ସୂର୍ଯ୍ୟକାନ୍ତ ମହାପାତ୍ର,ସ୍ୱାଧିନତା ସଂଗ୍ରାମୀ ମଦନମୋହନ ମାର୍ଥା,ଗାୟକ ଖଗେଶ୍ୱର ମାର୍ଥା,ପୂର୍ବତନ ତହସିଲଦାର ସୁଧାକର ସାମନ୍ତରାୟ ଓ ପୂର୍ବତନ ପ୍ରଶାସିକା ସଂଘମିତ୍ରା ରଥ,ନୌସେନା ଅଧିକାରୀ ଗୋପିନାଥ ସେଠୀ,ଶିଳ୍ପୀ କଳ୍ପତରୁ ପଣ୍ଡା,କବୟିତ୍ରୀ ସନ୍ଧ୍ୟା ସାମନ୍ତରାୟ ଓ ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମଧୁସୂଦନ ସୁବୁଦ୍ଧି,ଓଡିଶା ରକ୍ତଭଣ୍ଡାର ଖୋର୍ଦ୍ଧାର ଲାବଟେକନିସିଆନ ଅରୁଣ କୁମାର ସାହୁ ଓ ଅନିରୁଦ୍ଧ ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ସମାଜସେବୀ ଯୋଗେଶ୍ୱର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହାକୁ ସଭ୍ୟ ଓମପ୍ରକାଶ ବାହୁବଳେନ୍ଦ୍ର,ପ୍ରଶାନ୍ତ କୁମାର ବାରିକ,ଲକ୍ଷ୍ମୀକାନ୍ତ ମହାପାତ୍ର,ରଶ୍ମି ଚାନ୍ଦ କର,ସୋମନାଥ ସାହୁ ,ବାସୁଦେବ ବେହେରା,କାହ୍ନୁ ଚରଣ ବେହେରା, ବିମ୍ବାଧର ମହାରଣା,ଶିକ୍ଷକ ବିଜୟ କୁମାର ପ୍ରଧାନ,ସ୍ମୃତି ପଟ୍ଟନାୟକ,ଲକ୍ଷ୍ମୀଧର ମହାପାତ୍ର,ଜମ୍ବେଶ୍ୱର ମଙ୍ଗରାଜ ଓ ପ୍ରଦୀପ ବଳିୟାରସିଂହ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା