ହାତୀ ଦଳିଦେଲା ପାଚିଲା ଧାନ ଫସଲ
ବେଗୁନିଆ---- ବେଗୁନିଆ ବ୍ଲକ ଦେଉଳୀ ପଞ୍ଚାୟତ ଅନ୍ତର୍ଗତ ଗୋଡା ଗ୍ରାମରେ ଗତକାଲି ରାତିରେ ଦୁଇଟି ବଣୁଆ ହାତୀ ଧାନଫସଲ ଜମିରେ ପଶି ୨ ଏକରରୁ ଉଦ୍ଧ୍ୱର୍ ଗୋଡରେ ଦଳିଦେଇଥିବାର ଖବର ମିଳିଛି । ସୂଚନାରୁ ପ୍ରକାଶ ଯେ ପତି ଶ୍ରୀ ଚନ୍ଦନ,କମଳ ରଣବିଜୁଳି,ରାଜ ବେହେରା ଓ ହେମନ୍ତ ପାଇକରାୟଙ୍କର ପାଚିଲା ଧାନ ଫସଲ ବଣୁଆହାତୀ ନଷ୍ଠ କରିଥିବାର ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ କୃଷକ ସଂଗଠନ ଓ ସାଧାରଣରେ ଦାବୀ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


