ଓଡ଼ଗାଁ ମହୋତ୍ସବ ଓ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼------ ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଓଡ଼ଗାଁ ମହୋତ୍ସବ ଏବଂ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ମହୋତ୍ସବ ଏବଂ ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ପାଇଁ ଆଲୋଚନା କରାଯାଇଥିଲା। ଗତବର୍ଷ ଅନୁଷ୍ଠିତ ହୋଇଥିବା ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଅନୁଶୀଳନ କରିବା ସହ ଏବର୍ଷ ଆହୁରି ଆକର୍ଷଣୀୟ କରାଯିବ ବୋଲି ମନ୍ତ୍ରୀ ଡ଼ଃ ସାହୁ ସୂଚନା ଦେଇଛନ୍ତି।ଏହି ପ୍ରସ୍ତୁତି ବୈଠକରେ ଥାନା ଆରକ୍ଷୀ ଅଧିକ୍ଷକ୍ ମମତା ପତି, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ଲୋକନାଥ ସାହୁ,ବିଭୁ ପ୍ରସାଦ ସାହୁ,ସୂର୍ଯ୍ୟନାରାୟଣ ଚୌଧୁରୀ,ବିଜନ ପାଇକରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।



