ଓଡ଼ଗାଁରେ ମନ୍ତ୍ରୀଙ୍କର ଜନଶୁଣାଣି ଶିବିର
ନୟାଗଡ଼ ----- ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତରେ ଆସିଛନ୍ତି କୃଷି,ମତ୍ସ୍ୟ, ପଶୁପାଳନ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ। ସକାଳୁ ସକାଳୁ ପାର୍କରେ ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ଉନ୍ନତି ପାଇଁ ଆଉ କିଛି ପଦକ୍ଷେପ ନେଇଥିବା ତାଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ପରେ ପରେ ମିନିଷ୍ଟାଡିୟମରେ ପହଞ୍ଚି ଆସନ୍ତା ମାସରେ ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ମନ୍ତ୍ରୀ ଡ଼ଃ ସାହୁ ଷ୍ଟାଡିୟମରେ ଥିବା ଆନୁସଙ୍ଗିକ ସୁବିଧା ଏବଂ ପଡ଼ିଆର ସ୍ଥିତି ନିଜେ ଅନୁଧ୍ୟାନ କରିଥିଲେ।
ତାପରେ ଓଡ଼ଗାଁ ସ୍ଥିତ କଲ୍ୟାଣ ମଣ୍ଡପରେ ସାର୍ବଜନୀନ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ନିଜ ନିଜର ଅସୁବିଧାକୁ ମନ୍ତ୍ରୀ ଡ଼ଃ ସାହୁଙ୍କ ଆଗରେ ପ୍ରକାଶ କରିଥିଲେ। ସେ ସିଧାସଳଖ ଲୋକମାନଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଲୋକମାନଙ୍କର ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ବିକଳାଙ୍ଗ ଭତ୍ତା,କୃଷିଜାତ ସମସ୍ୟା, ସମସ୍ୟା ତଥା ସମସ୍ତ ସରକାରୀ ଯୋଜନା ସମ୍ପର୍କରେ ମନ୍ତ୍ରୀ ଜଣସାଧାରଣଙ୍କ ସହିତ ଆଲୋଚନା କରିଥିଲେ।



