 |
| konark |
କୋଣାର୍କ ----- ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧୪ରୁ ଯାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ୪୯ଦିନ ଧରି କୋଣାର୍କ-ପୁରୀ ବେଳାମାର୍ଗର ସାହୁଖଣତା ଠାରେ ଆୟୋଜିତ ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯କୁ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡାଇ ଉଦ୍ଘାଟନ କରିଛନ୍ତି । ଏକ ସ୍ୱତନ୍ତ୍ର ବେଟ୍ରିଚାଳିତ ଗାଡିରେ ବସି ଇକୋ ରିଟ୍ରିଟ ଟେଣ୍ଡ ଭିଲେଜ ବୁଲି ଦେଖିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ର୍ରାହୀ, ଉନ୍ନୟନ ସଚିବ ସୁରେସ ମହାପାତ୍ର, ପର୍ଯ୍ୟଟନ ବିଭାଗର ସଚିବ ବିଶାଲ କୁମାର ଦେବ, ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଳିକ, କ୍ରିଡା ଓ ଯୁବସେବା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ, ରାଜ୍ୟ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ପର୍ଯ୍ୟଟନ ନିର୍ଦେଶକ ସଚିନ ଯାଦବ, ପର୍ଯ୍ୟଟନ ଉନ୍ନୟନ ନିଗମର ନିର୍ଦ୍ଦେଶକ ହେମନ୍ତ କୁମାର ସୟ, ଜିଲ୍ଲାପାଳ ବଲୱାନ୍ତ ସିଂ, ଏସପି ଉମାଶଙ୍କର ଦାଶ, ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦୋକ ବିଜୟ ଜେନା, ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଏବଂ ଉତ୍ସବ ସହ ଜଡିତ ବିଭିନ୍ନ ବିବାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଥମ ଥରପାଇଁ କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ଠାରେ ଅତ୍ୟାଧୁନିକ ଇକୋ ରିଟ୍ରିଟ ଭିଲେଜ ନିର୍ମାଣ କରାଯାଉଛି । ପର୍ଯ୍ୟଟକମାନେ ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ବଙ୍ଗୋପସାଗରର ସମୁଦ୍ର କୂଳରେ ନିର୍ମିତ ଅତ୍ୟାଧୁନିକ ଟେଣ୍ଟ ଭିଲେଜରେ ରାତ୍ରି ରହଣି କରିବା ସହିତ ସ୍ପା, ଜଳକ୍ରୀଡା, ଦୁଃସାହାସିକ କ୍ରୀଡା, ଆକାଶରେ ଉଡିବାର ମଜା, ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ, ହସ୍ତଶିଳ୍ପ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିପାରିବେ । ପର୍ଯ୍ୟଟକଙ୍କ ସୂରକ୍ଷା ବେବସ୍ଥା, ଗମନାଗମନ, ପନୀୟ ଜଳ ଯୋଗାଣ ଇତ୍ୟାଦିର ସୁବନ୍ଦୋବସ୍ତ କରାଯାଇଛି । ଏହି ଇକୋ ରିଟ୍ରିଟ ଭିଲେଜ ମଧ୍ୟରେ ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧନିକ ଶୀତତାପ ନିୟନ୍ତ୍ରୀ ଟେଣ୍ଟ ଗୃହ ନିର୍ମାଣ କରାଯାଉଛି । ଏହି ଇକୋ ରିଟ୍ରିଟ ଭିଳେଜକୁ ୩ଟି ଶ୍ରେଣୀରେ ‘ସୁପର ପ୍ରିମିୟମ, ପ୍ରିମିୟମ ଓ ଡିଲକ୍ସ’ ବିଭାଗରେ ଭିଭାଜିତ କରାଯାଇଛ ଗୋଟାଏ ରାତ୍ରୀ ରହଣି କରିବା ନିମନ୍ତେ ୯ହଜାର ଟଙ୍କାରୁ ୨୮ହଜାର ଟଙ୍କା ଦେଇ ପର୍ଯ୍ୟଟକମାନେ ରହିପାରିବେ । ଏଥିପାଇଁ ପର୍ଯ୍ୟଟନ ବିଭାଗର ୱବସାଇଟରେ ବୁକିଙ୍ଗିର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନ ବିଭାଗକୁ ଏହି ଇକୋ ରିଟ୍ରିଟ ଭିଲେଜର ସଫଳତା ମିଳିଲେ ପ୍ରତ୍ୟକ ବର୍ଷ କୋଣାର୍କ-ପୁରୀ ବେଳାମାର୍ଗରେ ଏହି ପରି କାର୍ଯ୍ୟକ୍ରମ କରାଯିବ । ରଙ୍ଗ ବେରଙ୍ଗ ଆଲୋକମାଳାରେ ଇକୋ ରିଟ୍ରିଟ ଭିଲେଜ ପରିସର ସଜଇ ହୋଇଛି । ପର୍ଯ୍ୟଟକଙ୍କ ବେଳାମାର୍ଗ ରାସ୍ତାରୁ ଇକୋ ରିଟ୍ରିଟ ଭିଲେଜ ପରିସର ନବା ଆଣିବା ପାଇଁ ବ୍ୟାଟ୍ରିଚାଳିତ ଯାନର ବ୍ୟବସ୍ଥା କରାଯାଇଛି । ପର୍ଯଟକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମୁଦ୍ରରେ ନୌକା ବିହାର, ୱାଟର ସ୍କୁଟର, ଆକାଶ ଛତାରେ ଉଡିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଉଦ୍ଘାଟନି ଦିବସରେ ପ୍ରବଳ ଜନ ସମାଗମ ହୋଇଥିଲା । ଏହି ସମୟରେ କୋଣାର୍କ-ପୁରୀ ବୋଳାମାର୍ଗର ଉଭୟ ପାର୍ଶରେ ଲୋକ ଯାନ ବାହାନ ରଖିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ତା କରାଯାଇଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ