ads

Breaking News

ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ କ୍ରୀଡା ଉତ୍ସବ


M panda
Khajdhamala
 ବାଲିଗୁଡା----- କନ୍ଧମାଳ ଜିଲ୍ଲା ବାଲିଗୁଡାର ଦଣ୍ଡପଦର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ବିଦ୍ୟାଳୟର ଉପାଧ୍ୟକ୍ଷ ଯଶୋବନ୍ତ ନାରାୟଣ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ରବିବାର ଅପରାହ୍ନରେ କ୍ରୀଡ଼ା ଉତ୍ସବଟିକୁ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଦେଖାଇ ଉଦଘାଟନ କରିଥିଲେ  । ସମ୍ମାନିତ ଅତିଥି ଭାବେ ସୁରେଶ ଚନ୍ଦ୍ର ମହାନ୍ତି, ଶ୍ୟାମ ସୁନ୍ଦର ସାହା, କେ. ସନ୍ତୋଷୀ ଆଚାରୀ, ପ୍ରଦୀପ କୁମାର ମୁନି, ଅନ୍ତର୍ଯ୍ୟାମୀ ବେହେରା, ସତ୍ୟ ନାରାୟଣ ମୁଖି, ସୁନୀଲ କୁମାର ବେହେରା ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ଶିକ୍ଷା ସହିତ ଶରୀରକୁ ସୁସ୍ଥ ରଖିବା ପାଇଁ କ୍ରୀଡାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷା ସହିତ କ୍ରୀଡ଼ା ଅଙ୍ଗିକାର ଭାବେ ଜଡ଼ିତ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ  ।ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଦୁଇ ଦିନିଆ କ୍ରୀଡା ଉତ୍ସବରେ ବାଣୀ ଭୂଷଣ ବେହେରା, ଦଣ୍ଡପାଣି ପ୍ରଧାନ, ଭବେଶ କୁମାର ରଥ, ଜିତେନ୍ଦ୍ର କୁମାର ସାହୁ ଓ ଯାଜ୍ଞସେନୀ ଭୁଏ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts