 |
| jagatasinhpur |
କୁଜଙ୍ଗ----- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା) ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନାୟ ସରପଞ୍ଚ ବସନ୍ତ କୁମାର ସେଠୀ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଉଦ୍ଘଘାଟନୀ ଉତ୍ସବରେ ତିର୍ତ୍ତୋଲ ବ୍ଲକ ଓଷ୍ଟା ସଭାପତି ଶାରଦା ପ୍ରସନ୍ନ ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଓଷ୍ଟା ରାଜ୍ୟ ସମ୍ପାଦକ ବସନ୍ତ କୁମାର ଦାସ, ସମ୍ମାନନୀତ ଅତିଥି ଓଷ୍ଟାର ଜଗତସିଂହପୁର ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ତରଜଙ୍ଗା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ରଥ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବ୍ଲକ ଓଷ୍ଟା ସମ୍ପାଦକ ସୁଶୀଲ କୁମାର କୁଅଁର ସମ୍ପାଦକୀୟ ଅଭିଭାଷଣ ରଖିଥିଲେ । ଶିକ୍ଷକ ପଞ୍ଚନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, କଣ୍ଠ ସଂଗୀତ, ଚିତ୍ରଙ୍କାନ, ଆବୃତି, କବିତା ରଚନା, ଗଳ୍ପ ଲିଖନ, ଏକକ ନୃତ୍ୟ, ଏକକ ଅଭିନୟ, ସାଧାରଣ ଜ୍ଞାନ ଓ କୁଇଜ ଆଦି ପ୍ରତିଯୋଗିତା କରାଯାଇଥିଲା । ୧୦ଟି ବିଭାଗରେ ୧୮ଟି ବିଦ୍ୟାଳୟର ୧୬୦ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଏଥିରେ ୨୦ ଜଣ ବିଚାରକ ମଣ୍ଡଳୀ ରହିଥିଲେ । ପ୍ରତି ବିଭାଗରୁ ଦୁଇ ଜଣ ଲେଖାଏଁ ମୋଟ ୨୦ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବକୁ ମନୋନୀତ କରାଯାଇଛି । ଉଦ୍ଯାପନି ତଥା ପୁରସ୍ମାର ବିତରଣ ସଭାରେ ମୁଖ୍ୟଅତିଥି ଓଷ୍ଟା ଜିଲ୍ଲା ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ୍, ସମ୍ମାନୀତ ଅତିଥି ରଘୁନାଥପୁର ବ୍ଲକ ଓଷ୍ଟା ସମ୍ପାଦକ ରଞ୍ଜନ କୁମାର ମିଶ୍ର, ମଣିଚରଣ ଶାରଳା ଏକାଡ଼େମୀ ତିର୍ତ୍ତୋଲର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ କର, ସଂଗଠନ ସମ୍ପାଦକ ସମିର କୁମାର ପଟ୍ଟନାୟକ ଓ ପ୍ରାକ୍ତନ ପ୍ରଧାନଶିକ୍ଷକ ବସନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରଦ୍ଧାମୟୀ ରାଉତ, ପ୍ରଶାନ୍ତ କୁମାର ଦାଶ, ନିମାଇଁ ଚରଣ ଚୌଧୂରୀ, ମମତା ରାଣୀ ଦାସ, ରଶ୍ମି ରେଖା ପଣ୍ଡା, ପୂଜାରାଣୀ ବେହେରା, ଶ୍ରଦ୍ଧାମୟୀ ସ୍ୱାଇଁ, ସନ୍ଧ୍ୟାରାଣୀ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।ଏହା ସହିତ ସାରଦା ଏକାଡ଼େମୀ କନକପୁର ୧୯୮୧ ପ୍ରାକ୍ତନ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ତରଫରୁ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ୧୮ ଟି ବିଦ୍ୟାଳୟର ୪୮ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ପ୍ରାକ୍ତନ ବିଦ୍ୟାର୍ଥୀ ଡ଼ଃ. ଚିତ୍ତରଞ୍ଜନ ମହାନ୍ତିଙ୍କ ଅନୁଦାନକ୍ରମେ କୃତି ୩ ଜଣ ଛାତ୍ର ପ୍ରଥମ ତରଜଙ୍ଗା ଉଚ୍ଚ ବିଦ୍ୟାଳୟର ଦିପେଶ୍ କୁମାର ଦାଶ, ୁ ଦ୍ୱିତୀୟ ପୋରଗଦେଇ ହାଇସ୍କୁଲର ଓମ୍ ପ୍ରତ୍ୟୁଷ ସ୍ୱାଇଁ, ତୃତୀୟ ମଣିଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ଦବନୁର୍ଲଭ ସାହଙ୍କୁ ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ଅନ୍ୟ ସମସ୍ତ ୧୦ଟି ପ୍ରତିଯୋଗିତାର ୩୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମରେନ୍ଦ୍ର ସାହୁ, ଅକ୍ଷୟ କୁମାର ତାରେଣୀଆ, ଅଚ୍ୟୁତାନନ୍ଦ ବେହେରା, ନରେନ୍ଦ୍ର କୁମାର ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ ମହାପାତ୍ର