ads

Breaking News

ଶଙ୍ଖେସ୍ୱରରେ ହନୁମାନଜୀଉ କୃପା ପରିଷଦର ବାର୍ଷିକୋତ୍ସଦ ପାଇଁ ଭୂମିପୂଜନ

କୁଜଙ୍ଗ---- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ସ) ପଞ୍ଚାୟତରେ ଶ୍ରୀଶ୍ରୀ ହନୁମାନଜୀଉ ପ୍ରାଙ୍ଗଣରେ ହନୁମାନକୃପା ପରିଷଦର ଚତୁଦର୍ଶତମ ବାର୍ଷିକୋତ୍ସବ ପାଇଁ ଭୂମି ପୂଜନ ଓ ସୁନ୍ଦରକାଣ୍ଡ ପାଠ ହୋମ ଆଦି କାର୍ଯ୍ୟ ଧନୁସଂକ୍ରାନ୍ତି ଦିନ ଆରମ୍ଭ ହୋଇଛି । ରଞ୍ଜନ କୁମାର ବେହେରା କର୍ତ୍ତାଭାବେ ଓ ପଣ୍ଡିତ ପ୍ରଭାତ ରଞ୍ଜନ କର ଆଚାର୍ଯ୍ୟ ଭାବେ ପୂଜା କାର୍ଯ୍ୟ ସମାପନ କରିଥିଲେ । ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ପରିଷଦର ବାର୍ଷିକୋତ୍ସବ ଅନୁଷ୍ଠିତ ହେବ  । ପ୍ରତିଦିନ   ପଣ୍ଡିତ ମାନଙ୍କ ଦ୍ୱାରା ହନୁମଦଯଜ୍ଞ କାର୍ଯ୍ୟ କରାଯିବାସହ ପ୍ରତ୍ୟହ ସନ୍ଧ୍ୟାରେ ସମ୍ବର୍ଦ୍ଧନା ସଭା ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ରହିଛି । କଟକ ଖ୍ରୀଷ୍ଟ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ ଶାରଦା ପ୍ରସନ୍ନ କର ପ୍ରବକ୍ତା ଭାବେ ଓ ଉଦ୍ଯାପନୀ ଉତ୍ସବରେ ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେବେ ବୋଲି ଉତ୍ସବର ସଂଯୋଜନ ପଣ୍ଡିତ ଅଭୟ ଦାଶ(ବୁଲୁ ନନା) ସୂଚନା ପ୍ରଦାନ କରିଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts