ads

Breaking News

ବରୀ ଦ୍ୱିପାଞ୍ଚଳ ଉନ୍ନୟନ ପରିଷଦର ବାର୍ଷିକ ଉତ୍ସବ ପାଳିତ

 D bhera
Bari
ବରୀ-----ବରୀ ଦ୍ୱିପାଞ୍ଚଳ  ଉନ୍ନୟନ ପରିଷଦର ୨୦ ତମ ବାର୍ଷିକ ଉତ୍ସବ ସୋମବାର ଅଲ୍ଲିପୁର ସ୍ଥିତ ମା ସିଦେ୍ଧଶ୍ୱରୀପୀଠରେ ପାଳିତ ହୋଇଯାଇଛି । ପରିଷଦର ସଭାପତି କୁଳମଣୀ ଶୁକ୍ଳଙ୍କ ସଭାପତିରେ ଅନୁଷ୍ଠିତ ଉତ୍ସବରେ ସମସ୍ତ କର୍ମକର୍ତ୍ତା , ବରୀ ଅଂଚଳର ବରିଷ୍ଠ ନାଗରି. ମହିଳା, ଯୁବତୀ, ଯୁବକମାନେ ଉପସ୍ଥିତ ରହି  ନିଜ ନିଜର ମତ ରଖିଥିଲେ ।  ପୁର୍ବ ବର୍ଷମାନଙ୍କର କାର୍ଯ୍ୟବଳି ଉପରେ ତର୍ଜମା କରାଯାଇ ଆଗାମୀ ବର୍ଷ ପାଇଁ ନୂତନ କାର୍ଯ୍ୟକ୍ରମ ପନ୍ଥା ଗ୍ରହଣ କରାଯାଇଥିଲା । ପରିଷଦର ମୁଖ୍ୟ ନିଶା ନିବାରଣ, ଶିକ୍ଷା, କୃଷି ,ସ୍ୱାସ୍ଥ୍ୟ ଓ ଗମନା ଗମନର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।  ଏହି ପରିଷଦ ଓଡିଶା ସ୍ତରରେ କାର୍ଯ୍ୟ କରୁଛି । ବରୀ ଅଞ୍ଚଳ ପାଇଁ ସ୍ୱନ୍ତ୍ରତ୍ର ଧ୍ୟାନ ଦିଆଯାଉଥିବା ପରିଷଦ ପକ୍ଷରୁ କୁହାଯାଇଛି । କୃଷି ଓ କୃଷକର ବିକାଶ ପାଇଁ ବରୀ ଅଞ୍ଚଳରେ ଏକ ଶିତଳ ଭଣ୍ଡାର ଖୋଲିବାକୁ ପରିଷଦ ଦାବୀ କରି ଆସୁଛି । ବରୀ ଅଂଚଳର ସମସ୍ତ ସ୍ୱାସ୍ଥୂକେନ୍ଦ୍ରରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଆଧୁନିକ କରଣର ଯନ୍ତ୍ରପାତି  ଓ ମାଗଣା ଔଷଧ ଡାକ୍ତର ପଦବୀ ପୂରଣ ମୁଖ୍ୟ ଦାବୀ ରହିଛି । ଏଥି ନିମନ୍ତେ ତୃଣମୂଳ  ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ସଭାପତି ଶୁକ୍ଳ ଆହ୍ୱାନ ଦେଇଛନ୍ତି । ମକର ଧ୍ୱଜ ସାହୁ, ଭାଗୀରଥି ଦାସ ମହାପାତ୍ର,ବନ୍ଦିତା ଦାସ, ମାର୍କଣ୍ଡ ନାୟକ,କଂଜ ବିହାରୀ ଦାଶ, ଗୟାଧର ଦାସ,ଅନନ୍ତ ଚରଣ ଭୂୟାଁ, ମିତାରାଣୀ ଜେନା, ଅଜୟ ରଥ,ରମେଶ ଚନ୍ଦ୍ର ତ୍ରିପାଠୀ, ନଟବର ବେହେରା,ଦୂର୍ଯ୍ୟୋଧନ ଶତପଥି ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହନ କରିଥିଲେ । ପରିଷଦ ସମ୍ପାଦକ ପ୍ରଶାନ୍ତ ପଢିଆରୀ ବିବରଣୀ ପାଠ କରିଥିଲାବେଳେ ସଦାଶିବ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଯାଜପୁର ଓ ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts