 |
| Sakhigopal |
ସାକ୍ଷୀଗୋପାଳ-----ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ । କ୍ରୀଡା ଉତ୍ସବଟି ତିନିଦିନ ଧରି ଚାଲିଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧ରୁ ୫ମ ଶ୍ରେଣୀ ସବ ଜୁନିୟର, ୬ରୁ ୮ଜୁନିୟର,୮ରୁ ୧୦ମ ଶ୍ରେଣୀ ସିନିୟର ଭାବେ ଖେଳ କରାଯାଇଥିଲା । ସବଜୁନିୟର ପିଲାଙ୍କ ପାଇଁ ୫୦ ମିଟର, ୧୦୦ ମିଟର, ହାଇଜମ୍ପ, ଅଖାଦୌଡ, ଆଳୁଚାମଚ ରେସ, ମୁଜ୍ୟକିଚେୟାର ରହିଥିବା ବେଳେ ଜୁନିୟର ପିଲାଙ୍କ ପାଇଁ ପ୍ରାୟ ସେହି ଖେଳ ରହିଥିଲା । ମାତ୍ର ସିନିୟର ପିଲାଙ୍କ ପାଇଁ ୧୦୦,୨୦୦,୪୦୦ ମିଟର ଦୌଡ, ଲଙ୍ଗଜମ୍ପ, ହାଇଜମ୍ପ, ସଟଫୁଟ, ଡିସିକସ୍ ଥ୍ରୋ ପ୍ରତିଯୋଗିତା କରାଯାଇଥିଲା । ଗୁରୁବାର ଶେଷ ଦିବସରେ ଅପରାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ କ୍ରୀଡା ପତାକାକୁ ଅବତରଣ କରିବା ସହ ଉତ୍ସବକୁ ଉଦ୍ଯାପନ ଘୋଷଣା କରିଥିଲେ । ବରିଷ୍ଠ ବିଭାଗରେ ଦେବାଶିଷ ନାୟକ, ପରବେଭ ହୁସେନ ଏବଂ କନିଷ୍ଠ ବିଭାଗରେ ଉଦିତ୍ୟ ନାରାୟଣ ଦାସ ଓ ଶିବ ଶଙ୍କର ସାହୁ ଚମ୍ପିୟାନ ଓ ଉପକନିଷ୍ଠ ବାଳକ ଭିବାଗରେ ହେମନ୍ତ ଦାସ, ବାଳିକା ବିଭାଗରେ ଆପ୍ରିନସ୍ନେହ ନାଜ ଚମ୍ପିୟାନ ହୋଇଥିଲେ । ସୁଚିତ୍ର ଖଟୋଇ ଓ ସନ୍ଦୀପ ତ୍ରିପାଠୀ କ୍ରୀଡା ପରିଚାଳନା କରିଥିଲେ । ଆଦଶ୍ୟ ବିଦ୍ୟାଳୟର ଛାତ୍ରୀ ସାଇ ସର୍ମପିତା ପ୍ରଧାନ ଏବଂ ବାଳକ ବିଭାଗରେ ଆଶିଷ କୁମାର ବେହେରା ଚମ୍ପିୟାନ ହୋଇଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ । ପିଲାମାନଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରଷ୍କୃତ କରାଯିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି