ଖଣ୍ଡପଡ଼ାର ବରଡ଼ିହି ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର
ନୟାଗଡ଼-----ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅନ୍ତର୍ଗତ ରାଣୀପଡ଼ା ପଞ୍ଚାୟତର ବିରିଡିହି ଗ୍ରାମକୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମର ମାନ୍ୟତା ଦାବିରେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ସୂଚନାନୁସାରେ, ବିରିଡିହି ଗ୍ରାମ ରାଣିପଡ଼ା ରାଜସ୍ୱ ଗ୍ରାମରେ ରହିଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ଏହା ପୃଥକ ଗ୍ରାମ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏପରିକି ନିଜସ୍ୱ ରାଜସ୍ବ ଗ୍ରାମ ନଥିବାରୁ ଛାତ୍ରଛାତ୍ରୀମାନେ ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଣିପଡ଼ା ଗ୍ରାମଠାରୁ ବିରିଡିହି ଗ୍ରାମର ଦୂରତା ୧ କିଲୋମିଟରରୁ ଅଧିକ ହୋଇଥିବା ବେଳେ ରାଣିପଡ଼ା ଶିଖରପୁର ପୋଷ୍ଟ ଅନ୍ତର୍ଗତ ହୋଇଥିବା ବେଳେ ବିରିଡିହି ଶାଳଝରିଆ ପୋଷ୍ଟ ଅନ୍ତର୍ଗତ ଅଟେ । ଯାହାକୁ ନେଇ ଗ୍ରାମବାସୀ ବିରିଡିହିକୁ ରାଜସ୍ୱ ଗ୍ରାମ୍ୟ ମାନ୍ୟତା ଦାବି କରୁଥିବା ବେଳେ ଖଣ୍ଡପଡ଼ା ତହସିଲ ଅନ୍ତର୍ଗତ ଶିଖରପୁର ଆର.ଆଇ ଗ୍ରାମକୁ ରାଜସ୍ୱ ଗ୍ରାମ ନକରିବା ପାଇଁ ରିର୍ପୋଟ ପ୍ରଦାନ କରିଥିବା ଗ୍ରାମବାସୀ କହିଛନ୍ତି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ୭ ଦିନ ମଧ୍ୟରେ ବିରିଡିହିକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବାକୁ ଆଜି ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ସମେତ ବିଧାୟକଙ୍କଠାରୁ ଆରମ୍ଭ କରି ରାଜସ୍ୱ ଆୟୁକ୍ତ ଏବଂ ରାଜସ୍ୱମନ୍ତ୍ରୀଙ୍କ ନିକଟକୁ ଦାବି ପତ୍ର ପଠାଇଛନ୍ତି ।ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ରାଜସ୍ୱ ଗ୍ରାମର ମାନ୍ୟତା ଖୁବଶୀଘ୍ର ଦେବାର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।




