ads

Breaking News

ଧନୁଯାତ୍ରା ପାଇଁ ସଜେଇ ହୋଉଛି ; ମଥୁରାନଗରୀ ଓ ଗୋପପୁର

ବରଗଡ଼ -----ଆସୁଛି ଧନୁଯାତ୍ରା, ସଜେଇ ହେଉଛି ମଥୁରାନଗରୀ ଓ ଗୋପପୁର । ଚାଲିବ ମହାରାଜା କଂସଙ୍କ ରାଜୁତି ଓ କମ୍ପିବ ମଥୁରାନଗରୀ ଥରହର ହେବେ ପ୍ରଜାବାସୀ । ୭୧ ତମ  ଧନୁଯାତ୍ରା ମହୋତ୍ସବ ପାଇଁ ପରମ୍ପରା ଅନୁସାରେ ଆଜି ମା ସରସ୍ବତୀଙ୍କୁ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ମହାରାଜା ଉଗ୍ରେସନ, ଯୁବରାଜ କଂସ, ଦେବକୀ, ବସୁଦେବ, ପାତ୍ରମନ୍ତ୍ରୀ, ଚାଣ୍ଡୁର, ମୁଷ୍ଠିକ ଓ ସୈନ୍ୟସାମନ୍ତଙ୍କ ଆଖଡ଼ା । ଆଉ ଏହି ନାଟ୍ୟ ଆଖଡ଼ାକୁ ଉଦଘାଟନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ । ସେପଟେ ମହାରାଜା କଂସ ଓ ପାତ୍ରମନ୍ତ୍ରୀଙ୍କ ସଂଳାପ ଓ ଅଟ୍ଟହାସ୍ୟରେ ଦୁଲୁକି ଉଠିଛି ମଥୁରାନଗରୀ । 
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ଼ ମଥୁରାନଗରୀ ଓ ଗୋପପୁର ଅମ୍ବାପାଲି ।  ଧନୁଯାତ୍ରା କମିଟି ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପରମ୍ପରା ଅନୁସାରେ ଆଜି ବରଗଡ଼ କଲ୍ୟାଣ ମଣ୍ଡପଠାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିବା ପାଇଁ ଆରମ୍ଭ ହୋଇଛି ମହାରାଜା କଂସ ଓ ପାତ୍ରମନ୍ତ୍ରୀଙ୍କ ଆଖଡ଼ା । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମାଁ ସରସ୍ବତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରି ଏହି ଆଖଡ଼ା ଶାଳାକୁ କରିଛନ୍ତି ଉଦଘାଟନ । ଆସନ୍ତା ଡିସେମ୍ବର ୩୧ତାରିଖରୁ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବରେ ବାହାରିବ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା । ପାରମ୍ପରୀକ ବେଶଭୂଷାରେ ସଜେଇ ହେବେ ତିନି ହଜାର କଳାକାର । ଲୋକବାଜା, ଲୋକ ନୃତ୍ୟ ତାଳେ ତାଳେ ଝୁମିବେ ସମଗ୍ର ମଥୁରାବାସୀ । ମଥୁରାନଗରୀରେ ମହାରାଜା କଂସଙ୍କ ରାଜ ଦରବାର ଓ ଗୋପପୁରରେ ଶ୍ରୀକୃଷ୍ଣ ବାଲ୍ୟଲୀଳା ଓ ନନ୍ଦୋତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । କୃଷ୍ଣ, ବଳରାମ, ରାଧା, ସୁଦାମା ଆଦି ଗୋପୀ, ଗୋପାଙ୍ଗନାଙ୍କ ପ୍ରେମରେ ବିଭୋର ହେବେ ସମଗ୍ର ଗୋପପୁରବାସୀ । ପ୍ରଚ୍ଛଦ ପଟ୍ଟରେ ରହି ଧନୁଯାତ୍ରା ମହୋତ୍ସବକୁ ସରସ, ସୁନ୍ଦର ଏବଂ ସଫଳ କରିବା ପାଇଁ ମନପ୍ରାଣ ଦେଇ ଲାଗି ପଡ଼ିଛନ୍ତି ଧନୁଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ । 
ଗତ ବର୍ଷର ଭୁଲ, ତ୍ରୁଟିକୁ ସଂଶୋଧନ କରି ଏଥର ଦର୍ଶକଙ୍କ ମନକୁ ଛୁଇଁବା ଭଳି ଆକର୍ଷଣୀୟ ଅଭିନୟ ସହିତ ନୂତନ ସଂଳାପ ଓ ନୂତନ ଶୈଳୀ ରେ ଦର୍ଶକଙ୍କ ମନଜିଣିବେ ହେବ ବୋଲି ଆଶା ବାନ୍ଧିଛନ୍ତି ଧନୁଯାତ୍ରା କମିଟି ଓ କଳାକାର ବୃନ୍ଦ । 

 N das
Baragarh
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts