 |
| Baragarh |
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀତା ସାହୁଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଯାଇଛି । ବ୍ଳଳ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ବୈଠକ ପରିଚାଳନା କରିଥିଲେ । ପଞ୍ଚାୟତର ସମସ୍ତ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନେ ଯୋଗ ଦେଇଥିଲେ । ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉପାଧ୍ୟକ୍ଷ ବିବେକାନନ୍ଦ ଭୁଏ,ବ୍ଲକ ଅତିରିକ୍ତ ଅଧିକାରୀ ଲକ୍ଷପତି ବେହେରା ଉପସ୍ଥିତ ରହିଥିଲେ । ବୈଠକରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେଇଥିଲା।ଯାହାକି ଅନେକ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ବିଭିନ୍ନ ପ୍ରଶ୍ନ କରିଥିଲେ ଏବଂ ଉପସ୍ଥିତ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ମାନେ ସଠିକ ଉତ୍ତର ଦେଇ ନପାରିବାରୁ ବିଧାୟିକା ଛୁରିଆ ସମ୍ପୂର୍ଣ୍ଣ କାମ ନ ହେଲେ ଠିକାଦାର ମାନଙ୍କ ବିଲ ବନ୍ଦ କରାଯାଉ । ଯଦି କାର୍ଯ୍ୟ ନହେଲେ ସମସ୍ତ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର କଡାକଡି ଭାବେ ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବା ପାଇଁ ତାଗିଦ କରିଥିଲେ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ