 |
| Baragarh |
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।ସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ଥାନୀୟ ମା ସମଲେଶ୍ବରୀ ମନ୍ଦିରରେ ମଶାଲ ପୂଜା ହେବା ପରେ ସମଲେଶ୍ବରୀ ମନ୍ଦିର ଠାରୁ ମଶାଲ ଶୋଭଯାତ୍ରା ବାହାରି ସ୍କୁଲ ଖେଳ ପଡିଆକୁ ପହଞ୍ଚି ଥିଲା। ଏହା ପରେ ଖେଳ ଶିକ୍ଷୟିତ୍ରୀ ପୁଷ୍ପଳତା ନାଏକ ବାର୍ଷିକ ବିବରଣୀ ପାଠ କରିବା ସହ ଖେଳ ପରିଚାଳନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ଶିକ୍ଷକ ଶାନ୍ତନୁ ଭୋଇ ଖେଳ ପତାକାକୁ ଆନୁଷ୍ଠାନିକ ଭାବେ ଉତ୍ତୋଲନ କରିଥିଲେ। ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟସଙ୍ଗୀତ ଗାନ କରାଯାଇଥିଲା।ଏଥିରେ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ ଖେଳରେ ଛାତ୍ରୀମାନେ ଭାଗ ନେଇଥିଲେ। ଯଥା ୧୦୦ମିଟର ଦୌଡ଼,ଲମ ଜମ୍ପ,ଲମ୍ବ ଡିଆ, ଜେବଳିଙ୍ଗ,ଉଚ୍ଚ ଡିଆ, ବସ୍ତା ଦୌଡ଼,ସାଇକଲ ରେଶ, ଜିଲାପି ଖିଆ ଆଦି ପ୍ରତିଯୋଗିତାରେ ଛାତ୍ରୀମାନଙ୍କ ଦ୍ୱାରା କରାଯାଇଥିଲା। ସେଥିମଧ୍ୟରୁ ଜୁନିୟର ବିଭାଗରେ ୨୭ଜଣ,ସିନିୟର ବିଭାଗରେ ୨୫ଜଣଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ବରିଷ୍ଠ ବିଭାଗରେ ଦଶମଶ୍ରେଣୀ ଛାତ୍ରୀ ସୁଭଦ୍ରା ମାଝୀ ଓ କନିଷ୍ଠ ବିଭାଗରେ ଅଷ୍ଟମଶ୍ରେଣୀ ଛାତ୍ରୀ କବିତା ଶାଗଡିଆ ଚମ୍ପିୟାନ ହୋଇଥିଲେ।ଏହି କାର୍ଯକ୍ରମରେ ଛାତ୍ରୀ ମାନଙ୍କ ମଧ୍ୟରେ ବେଷ୍ଟ ଭଲଣ୍ଟିଅର ଦଶମ ଶ୍ରେଣୀ ଛାତ୍ରୀ ସରସ୍ୱତୀ ଦେବତା ପୁରସ୍କୃତ କରାଯାଇଥିଲା।କ୍ରୀଡା ଉତ୍ସବରେ ଅପରାହ୍ନ ୨ଟା ପରେ ଛାତ୍ରୀ ମାନଙ୍କ ମଧ୍ୟରେ ଆମେ ସମ୍ବଳପୁରିଆ ନନୀ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ଆକର୍ଷଣୀୟ କରିଥିଲା। ଉତ୍ସବରେ ଶିକ୍ଷୟିତ୍ରୀ କିଆରାଣୀ ବୁଇ,ଅଂଶୁମାଳା ମିଶ୍ର,ବିଦ୍ୟୁତ ପ୍ରଭା ମିଶ୍ର, ପଦ୍ମିନୀ ତ୍ରିପାଠୀ, କଳ୍ପନା ଜେନା,ମଞ୍ଜୁ ଦାଶ, ଗୀତାଞ୍ଜଳି ବେହେରା,ସାବିତ୍ରୀ ରିନା ଚକ୍ରବର୍ତ୍ତୀ, ସଂଜୁରାଣୀ ଦାଶ,କର୍ମଚାରୀ ଆରତୀ ଦାଶ, ପ୍ରଭାସିନୀ ବେହେରା,ପ୍ରିୟଦର୍ଶିନୀ ସାହୁ ପରିଚାଳନା କରିଥିବାବେଳେ ଶିକ୍ଷକ ସଚ୍ଚିଦାନନ୍ଦ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ