ଡମ୍ଫର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କର ମୃତ,ଦୁଇ ଜଣ ଛାତ୍ର ଛାତ୍ରୀ ଆହତ
ବରଗଡ଼ ----- ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଟେଲିଫୋନ ଏସ୍କଚେଞ୍ଜ ଛକରୁ ପାହାଡ଼ ଶ୍ରୀଗିଡା ରାସ୍ତାର ଅବସ୍ଥା କହିଲେ ନସରେ । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୁର୍ଘଟଣା ମାନ ଘଟିଚାଲିଛି । ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଅନେଇକି ଶୋଇଛନ୍ତି । ଯାହାକି ଆଜି ଏକ ନୀରିହ ଛାତ୍ରୀ ର ଜିବନ ଚାଲିଗଲା । ସୁଚନା ଯୋଗ୍ୟ ଯେ ବୀଣାପାଣି ସେଠ,ଗାୟତ୍ରୀ କାଣ୍ଡ ଓ ରତ୍ନମଣି ରଣା ତିନି ଜଣ ଛାତ୍ରଛାତ୍ରୀ ଓଡ଼ି ୧୫ଜେ ୨୫୩୮ଏଚ ଏଫ ଡିଲସ୍କ ଗାଡ଼ିରେ ପାହାଡ଼ ଶ୍ରୀଗୀଡା ଡିଗ୍ରୀ କଲେଜକୁ ପରୀକ୍ଷା ଦେବା ପାଇଁ ଯିବା ବାଟରେ ଖାଦ୍ୟ ନିଗମ ପାଖରେ ମେଟାଲ ବୋଝେଇ ଡ଼ମ୍ଫର ଓଆର ୧୫ଏସ ୧୩୩୨ ଗାଡ଼ି ଟି ବାଇକ କୁ ଧକ୍କା ଦେଇଥିଲା । ଫଳରେ ଛାତ୍ରୀ ବୀଣାପାଣି ସେଠ ଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଛାତ୍ରୀ ଗାୟତ୍ରୀ କାଣ୍ଡ ଅତାବିରା ଏନଏସି ୱାର୍ଡ ନଂ୧୨ କାଣ୍ଡ ପାଲି ଗାଁର,ଚିପିଲମା ର ଛାତ୍ର ରତ୍ନମଣି ରଣା ଗୁରୁତର ଅବସ୍ଥା ଥିବାରୁ ସ୍ଥାନୀୟ ଅତାବିରା ସରକାରୀ ଡାକ୍ତରଖାନାକୁ ନିଆଯାଇଛି । ପ୍ରାଥମିକ ଚିକିତ୍ସା କରିବା ପରେ ଛାତ୍ରୀ ଗାଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।ଏନେଇ ଅତାବିରା ପୋଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜିତ ଜନ ସାଧାରଣ ଯେ ପର୍ଯନ୍ତ ଏଇ ରାସ୍ତା ଉନ୍ନତି କରଣ କରା ନଯାଏ ଏବଂ ମୃତ ଛାତ୍ରୀ ତଥା ଗୁରୁତର ଛାତ୍ରଛାତ୍ରୀଙ୍କ କ୍ଷତି ପୂରଣଦେବାକୁ ଦାବି କରିଛନ୍ତି । ନଚେତ ରାସ୍ତା ଅବରୋଧ ସହ ଆନ୍ଦୋଳନ ଜାରି ରହିବ ବୋଲି ।ଯାହା ଫଳରେ ନିତିଦିନିଆ ଭାବେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ମର୍ମନ୍ତୁଦ ଘଟଣା ମାନ ଘଟିଯାଉଥିବାର ଅଞ୍ଚଳରେ ନଜିର ରହିଛି।ଉତ୍ତେଜନା ସୃଷ୍ଟି ହେବାପରେ ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା,ଅତାବିରା ଆଇ ଆଇ ସି ପୁରୁଷୋତ୍ତମ ଭୋଇ ଆସି ମୃତ ଛାତ୍ରୀଙ୍କ ପରିବାର ସହ ବୁଝାସୁଝା ଜାରି ରହିଛି। ସକାଳ ୧୧ଟା ଠାରୁ ଏ ପର୍ଯ୍ୟନ୍ତ ରାସ୍ତାରୋକ ଅବ୍ୟାହିତ ରହିଛି । ସୁଚନା ଯୋଗ୍ୟ ଯେ ଅତାବିରା ଥାନା ଅଧୀନରେ ଅନେକ ଏହିପରି ଦୁର୍ଘଟଣା ମାନ ଘଟିଚାଲିଛି । ଥାନା ଅଧିକାରୀ ଲୋକମାନଙ୍କୁ ବୁଝାସୁଝା କରି ରାସ୍ତା ମରାମତି ଓ ଓସାରିଆ କରିବା ସହ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅନେକ ଘଟଣା ର କ୍ଷୟକ୍ଷତି ମିଳିନାହିଁ । ଯାହା ଫଳରେ କି ଲୋକମାନେ ପୋଲିସ ଅଧିକାରୀଙ୍କ କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।



