ନୀଳଗିରି---ନୀଳଗିରି ବ୍ଲକ ଅନ୍ତର୍ଗତ କାଂଶ ପଞ୍ଚାୟତର ପଳାସବଣୀ ଗ୍ରମାର ଜଣେ ନାବାଳକ ଦିନ ୧୦ଟା ବେଳେ ବାରୁଦ ସହ ଖେଳ ଖେଳି ଗୁରୁତର ହେବା ଘଟଣା ଏଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଘଟଣାରୁ ପ୍ରକାଶ ଯେ ଶ୍ୟାମସୁନ୍ଦର ସିଂର ପୁଅ ଆୟୁଷ ସିଂ(୭)ଘରେ ଥିବା ବାରୁଦକୁ ଆଣି ଫୁଟାଉ ଥିବା ବେଳେ ବାରୁଦ ପ୍ରଖର ଧାସରେ ନାବଳକ ଜଣଙ୍କର ଦେହରେ ନିଆଁ ଲାଗି ଯାଇଥିଲା । ଯାହାଫଳରେ ଭୟଭୀତ ହୋଇ ନା ବାଳକ ଜଣଙ୍କ କଷ୍ଟରେ ଚିତ୍କାର କରିଥିଲା । ତା ପାଟିଶୁଣି ପରିବାର ଲୋକମାନେ ଦୈାଡି ଆସି ନିଆଁ ଦାଉରୁ ଆୟୁସକୁ ରକ୍ଷା କରି ସଙ୍ଗେସଙ୍ଗେ ନୀଳଗିରି ଡାକ୍ତରଖାନକୁ ଆଣିଥିଲେ । ନୀଳଗିରି ଡାକ୍ତରଖାନାରେ ନାବାଳକକୁ ଚିକିତ୍ସା କରାଯାଉଥିବା ବେଳେ ଦେହର ୬୦%ଭାଗ ପୋଡି ହୋଇଯାଇଥିବା ଜଣାପଡିଛି ।
 |
| nilagri |
ନୀଳଗିରିରୁ ରତିକାନ୍ତ ପରିଡା