ads

Breaking News

ଓଷ୍ଟା ପକ୍ଷରୁ ଡାଳିମ୍ବପାଳ ସ୍କୁଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ; ଦ୍ରୋଣ ଭଳି ଗୁରୁ ହେବା ଆବଶ୍ୟକ . କେନ୍ଦ୍ରମନ୍ତ୍ରୀ

ନୀଳଗିରି----ଓଷ୍ଟା ପକ୍ଷରୁ ନରଣପୁର ଗ୍ରାମ ପଞ୍ଚାୟତର ଥିବା ଡାଳିମ୍ବପାଳ ବିଣାପାଣି ହାଇସ୍କୁଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ଆନୁଷ୍ଠିକ ଭାବେ ଉଦ୍ଘାଟନ କରି ନ୍ରୋଣ ଭଳି ଗୁରୁ ହେବା ଦରକାର  । ଗୁରୁ ଶିଶ୍ୟ ମଧ୍ୟରେ ପବିତ୍ର ସଂର୍ମ୍ପକ. ଉତ୍ତମ ଶିଷ୍ୟ ହେବା ପାଇଁ ଉତ୍ତମ ଗୁରୁର ଆବଶ୍ୟକ  । ଭଲ ଶିକ୍ଷା ପ୍ରଦାନ କରାଗଲେ ପାଠପଢି ଗାଁ ପିଲା ମଧୁବାରିଷ୍ଠ ହୋଇ ଦେଶ ବିଦେଶରେ ନାମ ରଖିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରି ଷଡଙ୍ଗୀ  ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସମ୍ମାନିିତ ଅତିଥି ଭାବେ କରୁଣାକର ପଣ୍ଡା ଯୋଗ ଦେଇ  ଛାତ୍ରଛାତ୍ରୀ ମାନଙ୍କୁ ଗୁରୁଙ୍କୁ ନମଣିବ ହୀନ ଗୁରୁ ହିଁ ଇଶ୍ୱର ସମାନ ବୋଲି ପରାର୍ମଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଓଷ୍ଟା ସଂଘର ଜିଲ୍ଲାସଭାପତି ବାଦଲ ପାତ. ବ୍ଲକ ସମ୍ପାଦକ ପ୍ରମୋଦ କୁମାର ସାହୁ, ସଭାପତି ବିଶ୍ୱନାଥ ନାୟକ , ଗଙ୍ଗାଧର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ  ।ପୁନ୍ଦାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସଭା ପରିଚାଳନା କରିଥିଲେ । ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଦିବ୍ଧଲୋଚନ ପଣ୍ଡା,କାଳିଚରଣ ସାହୁ,ଚନ୍ଦନ କୁମାର ରାଉତ,ସରୋଜ କୁମାର ମହାନ୍ତି,ପୁଷ୍ପମଞ୍ଜରୀ ପତି,ଜ୍ୟେସ୍ନାରାଣୀ ନାୟକ,ଅନିଲ ସାହୁ ସହଯୋଗ କରିଥିଲେ । ପୂର୍ବାହ୍ନରେ ଉଦ୍ଯାପନି ଉତ୍ସବ ନୀଳଗିରି ଶିକ୍ଷାଧିକାରୀ ମୁଖ୍ୟ ଅତିଥି ଭାବେ ଭାଗିରଥି ଗିରି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଅଂଜନ ଚାନ୍ଦ,ସମ୍ମାନୀତ ଅତିଥି ଭାବେ ଜଗବଂଧୁ ପଣ୍ଡା ଯୋଗ ଦେଇ ଛତ୍ରାଛତ୍ରୀ ମାନଙ୍କୁ ଉତ୍ତମ ମାର୍ଗଦର୍ଶନ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ବିତରଣ କରାଯାଇଥିଲା ।
 R parida
nilagri
 ନୀଳଗିରିରୁ ରତିକାନ୍ତ ପରିଡା

ads

Blog Archive

Popular Posts