ads

Breaking News

ସ୍ତ୍ରୀ ଆଣିଲେ ସ୍ୱାମୀଙ୍କ ବିରୁଧରେ ଯୌତୁକ ନିର୍ଯ୍ୟାତନା

ନୀଳଗିରି---- ଆମ ରାଜ୍ୟରେ ବିବାହିତା ନାରୀ ମାନଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ସମାଜରେ ଏକ ବ୍ୟାଧି ପାଲଟି ଗଲାଣି  । ଯେଉଁପରି ଦୁଷ୍କମ ସେହିପରି ବଧ୍ୂ ମାନଙ୍କୁ ଯୌାତୁକ ରାକ୍ଷସ ମାନଙ୍କ ଠାରୁ ପ୍ରଶାସନ ରକ୍ଷା କରିବାରେ ବିଫଳ ହୋଇଛି । ଏଭଳି ଏକ ଘଟଣା  ଘଟିଛି ନୀଳଗିରି ଥାନା ଅଧିନସ୍ଥ ଗୋବର୍ଦ୍ଧନପୁର ଗ୍ରମାରେ । ଉକ୍ତ ଗ୍ରାମର ଜୈନିକ ବିବାହିତ ମହିଳାଙ୍କୁ ବାରମ୍ବାର  ଯୈାତୁକ ଦାବୀ କରି ନିର୍ଯ୍ୟାତନାର ଶିକାର ହେଉଥିବାର ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।ସ୍ୱାମୀ   ନିରଞ୍ଜନ ନାୟକ ସ୍ତ୍ରୀ ନିର୍ମଳା(୪୬)କୁ ୧ଲକ୍ଷଟଙ୍କା ବାପ ଘରୁ ଆଣିବା ପାଇଁ ବାରମ୍ବାର ଦାବୀ କରିଆସୁଥିବା ବେଳେ ସ୍ତ୍ରୀ ନିର୍ମଳା ଅମଙ୍ଗ ହେବାରୁ ପ୍ରତିଦିନ ତାଙ୍କୁ ଶାରିରୀକ,ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ସ୍ୱାମୀଙ୍କ ନିର୍ଯ୍ୟାତନା ଅସହ୍ୟ ହେବାରୁ ସ୍ତ୍ରୀ ନିର୍ମଳା ଥାନାରେ ଦ୍ୱାରସ୍ଥ ହୋଇ ଲିଖିତ ଭାବେ ଜଣାଇଥିଲେ ।ଥାନା ପକ୍ଷରୁ  ଲିଖିତ ଅଭିଯୋଗକୁ ଗୁରତ୍ୱ ଦେଇ ନୀଳଗିରି ଥାନାର ସବ୍ଇନ୍ପେକ୍ଟର ବାସୁଦେବ ଜୟସିଂଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ।ଏନେଇ ଥାନା କେଶ୍ ନଂ ୩୨୪/୧୯ମୂଲେ ମାମଲା ରୁଜୁ କରାଯାଇଛି ।

ads

Blog Archive

Popular Posts