ads

Breaking News

ବ୍ରିଜ ତଳକୁ ଖସି ପଡି ବୃଦ୍ଧଙ୍କର ମୃତ୍ୟୁ; ୪ ଘଣ୍ଟା ଡେଲାଙ୍ଗ- କଣାସ-- ଖୋର୍ଦ୍ଦାରାସ୍ତା ରୋକ

 D Senapati
Delang 
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ପଟନପୁର ଗ୍ରାମର ନିଧି ସାହୁ ବୁଧବାର ସଂଧ୍ୟାରେ ଡେଲାଙ୍ଗ ହାଟରୁ କାମ ସାରି ଘରକୁ ଫେରୁଥିବା ସମୟରେ ଲୁଣା ନଦୀ ଉପରେ ୬ ବର୍ଷରୁ ଅଧିକ ଦିନ ହେବ ଅଧାପନ୍ତରିଆ ଭାବେ ପଡି ରହିଥିବା ବ୍ରିଜ ଉପରୁ ସାଇକେଲ ସହ ଖସିପଡି ଶ୍ରୀ ସାହୁଙ୍କର ମୃତ୍ୟୁ ହୋଇଥିଲା  । ଏହାକୁ ନେଇ ଗୁରୁବାର ସ୍ଥାନୀୟ ଅଞ୍ଚଳର ବିଶ୍ୱ ରଞ୍ଜନ ବଳବନ୍ତରାୟ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ ରାଉତରାୟ, ସୁଜନପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସଂଜୟ ରାଉତରାୟ, ମୁନିନ୍ଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ, ରାଜେନ୍ଦ୍ର କୁମାର ଦାଶ, ଲଢ଼ୁ କିଶୋର ରାୟ, ସୁଧାଂଶୁ ପରିଡା, ଶ୍ୱେତ କୁମାର ନାଏକ ପ୍ରମୁଖଙ୍କ ନେତୃତ୍ୱରେ ୧୨ଖଣ୍ଡ ଗ୍ରାମର ଶତାଧିକ ପୁରୁଷ ମହିଳା ମାନେ ଡେଲାଙ୍ଗଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଗାରେ ଧାରାଣାରେ ବସିଥିଲେ  । ଲୋକମାନେ ରାସ୍ତା ଉପରେ ଟାୟାର ଜାଳି ୪ ଘଣ୍ଟା ରାସ୍ତାରୋକ କରିଥିଲେ  । ସେମାନଙ୍କ ଦାବି ଥିଲା ବିଭାଗୀୟ ଅଧିକାରୀଙ୍କ ନାମରେ ହତ୍ୟା ଅଭିଯୋଗ, ମୃତକଙ୍କ ପରିବାରକୁ କ୍ଷତି ପୁରଣ, ଯୁଦ୍ଦକାଳୀନ ମଧ୍ୟରେ ବ୍ରିକ କାମ ଶେଷ କରିବା ପାଇଁ ଆନ୍ଦୋଳନ କାରୀ ମାନେ ଦାବି କରି ରାସ୍ତା ଉପରେ ବସି ରହିଥିଲେ  । ଶେଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ସନ୍ତୋଷ ସାମଲ, ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ, ଏସଡିପିଓ ଦେବଦତ୍ତ ବରାଳ, ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଓ ବିଡିଓ କ୍ଷେୀରୋଦ୍ର ପ୍ରଧାନ ଆନ୍ଦୋଳନ କାରୀଙ୍କ ସହିତ ଆଲେଚନା କରିଥିଲେ  । ବିଭାଗୀୟ ଯନ୍ତ୍ରୀ ଆନ୍ଦୋଳନ କାରୀଙ୍କ ଦାବିକୁ ମାନି ନେଇଥିଲେ  । ବ୍ରିଜ କାମ ଦୁଇଦିନ ମଦ୍ୟରେ ଆରମ୍ଭ ହେବା ସହ ଦୁଇ ମାସ ମଧ୍ୟରେ ଶେଷ କରାଯିବ ବୋଲି ଲିଖିତ ଭାବେ ଆନ୍ଦୋଳନ କାରୀଙ୍କୁ ଦେଇଥିଲେ  । ଏହା ସହିତ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତହସିଲଦାର ଶ୍ରୀ ଆଚାରିଆ ମୃତଙ୍କ ପରିବାରକୁ ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ଅର୍ଥ ପ୍ରଦାନ କରିଥିଲେ  । ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ମୃତଙ୍କ ପରିବାରକୁ ସାହାର୍ଯ୍ୟ ସେ ଯାହା କରିବେ ବୋଲି କହିବା ପରେ ରାସ୍ତା ରୋକ ହଟିଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts