ହୀରଲ୍ଲୀପାଲି ବିଦ୍ୟାଳୟ ସମୂହର ୩୩ତମ ବାର୍ଷିକ କ୍ରୀଡା ଉଦଯାପିତ
ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ହୀରଲ୍ଲୀପାଲି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ପ୍ରାଥମିକ ବିଦ୍ୟାଳୟ,ଏମ୍ ଇ ସ୍କୁଲ ଓ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦୁଇ ଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ହାଇସ୍କୁଲର ପ୍ରଧାନ ଶିକ୍ଷକ ଆନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ହୀରଲ୍ଲୀ ପାଲି ସରପଞ୍ଚ କବିତା ସାହୁ ଯୋଗ ଦେଇଥିଲେ । ସମିତି ସଭ୍ୟ ଜୟନ୍ତି ମେହେର ସମ୍ବାନୀତ ଅତିଥିଭାବେ ଯୋଗ ଦେଇଥିଲେ।ଏମ୍ ଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ।ହୀରଲ୍ଲୀପାଲି ଗ୍ରାମଦେବୀ ହୀରଲ୍ଲୀ ପଳିଏନ ଙ୍କ ପୀଠରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଶାଲ ଶୋଭଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବାପରେ ସ୍କୁଲର ଖେଳ ପଡ଼ିଆରେ ମଶାଲ ସ୍ଥାପିତ ହୋଇଥିଲା। ସ୍କୁଲର ଛାତ୍ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପରେ ପରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରତାପ ଗଡତିଆ କ୍ରୀଡାପତାକା ଉତ୍ତୋଳନ କରି ଖେଳ ଆରମ୍ଭ କରିଥିଲେ । ଏହି ଖେଳରେ ୩୦୦ରୁ ଉର୍ଦ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ। ଏହିଅବସରରେ ଗାଁର ଏକ ମହିୟସୀ ମହିଳା ଲକ୍ଷ୍ମୀଙ୍କ ନାମରେ ଜମା ହେଇଥିବା ରାଶିରୁ ଲକ୍ଷ୍ମୀ ମେଧା ଚମ୍ପିୟାନ ଟ୍ରଫି ୨୦୧୮/୧୯ ଦଶମଶ୍ରେଣୀରେ ଉଚ୍ଚ ପ୍ରତିଶତ ଲାଭ କରିଥିବା ଛାତ୍ର ସିଲୁ ପ୍ରଧାନ ଓ ନବମଶ୍ରେଣୀ ଛାତ୍ର ରୋହନ ସାହୁଙ୍କୁ ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତା ମାନଙ୍କରେ ପ୍ରଥମ,ଦ୍ଵିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ୩୦ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉଦଯାପନି ଉତ୍ସବରେ ଶିକ୍ଷକ ବଳରାମ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଓକିଲ ପଧାନ,ରବୀନ୍ଦ୍ର ପଣ୍ଡା,ଶିବ ପ୍ରସାଦ ସାହୁ,ଦୁର୍ଲ୍ଲଭ ପ୍ରଧାନ,ନିରଞ୍ଜନ ସାହୁ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ପ୍ରୀତି ପ୍ରଧାନ,ରୋଜି ପ୍ରଧାନ,ରିତୁ ପ୍ରଧାନ ଓ ବିନ୍ଦ୍ୟ ବାସିନୀ ପ୍ରଧାନ ପରିଚାଳନା କରିଥିଲେ।କର୍ମଚାରୀ ଅଚ୍ୟୁତ ନାଥ,ମୀନକେତନ ପସାୟତ,ସନ୍ତୋଷ ପଟେଲ ସହଯୋଗୀ ଭାବେ ରହିଥିଲେ। ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ କୃପାସିନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



