ads

Breaking News

ଓଡ୍ରାଫ୍ଟ ଟିମ ଦ୍ୱାରା ବୃଦ୍ଧଙ୍କ ଶବ ଉଦ୍ଧାର

ବେଗୁନିଆ---- ବେଗୁନିଆ ଥାନା ଅନ୍ତର୍ଗତ  ସାନପଦର ପଞ୍ଚାୟତ ଅନ୍ତର୍ଗତ ରାସୋଳ ଗ୍ରାମର ସଂସାରୀ ନିଶ(୬୦)ଙ୍କ ରେଲୱେ ନିର୍ମାଣ ପାଇଁ  ମାଟି  ଉଠାଯାଇଥିବା  ଖାଲରେ ଥିବା ପାଣିରେ ନିତକର୍ମ ସାରିବା ପାଇଁ ସେଠାକୁ ଯାଇଥିଲେ । ନିଜର ଭାରସାମ୍ୟ ରକ୍ଷା କରି ନ ପାରି ଗୋଡ ଖସି ଯିବାରୁ ସେ  ବୁଡି ଯାଇଥିଲେ  । ପରିବାର ଲୋକମାନେ  ସନ୍ଦେହରେ ପୋଖରୀକୁ  ଖୋଜିବା ଆରମ୍ଭ କରି ଦେଇଥିଲେ  । ଶେଷରେ ନିରୁପାୟ ହୋଇ ବେଗୁନିଆ ପୋଲିସ ଓ ଦମକଳ କର୍ମଚାରୀକୁ  ଖବର ଦିଆଯାଇଥିଲା । ବେଗୁନିଆ ଦମକଳ କର୍ମଚାରୀ  ୩୦ ଫୁଟର ଅଗଭୀର ଜଳ  ରହିଥିବାରୁ  ୬ ଘଣ୍ଟା  ଧରି ଖୋଜିବା ପରେ ନ ପାଇବାରୁ  ଶେଷରେ ଓଡ୍ରାଫ୍ଟ ଟିମ ପହଂଚି ବୃଦ୍ଧଙ୍କ ଶବକୁ ବାହାର କରିବାକୁ ସକ୍ଷମ ହୋଇଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts