ads

Breaking News

ବ୍ରିଜ ତଳକୁ ଖସିପଡି ବୃଦ୍ଧଙ୍କର ମୃତ୍ୟୁ

ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତର ପଟନପୁର ଗ୍ରାମର କେଳୁଚରଣ ସାହୁ (୭୨) ସାଇକେଲ ଯୋଗେ ଘରକୁ ଫେରଥିବା ସମୟରେ ବ୍ରିଜ ତଳକୁ ଖସି ପଡି ମୃତ୍ୟୁ ହୋଇଛି  । ଘଟଣାରୁ ପ୍ରକାଶ ଯେ ପଠନପୁର ଗ୍ରାମର କେଳୁ ଚରଣ ସାହୁ ବୁଧବାର ଡେଲାଙ୍ଗ ହାଟ ବଜାରରୁ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ  । ପଟନପୁର ବ୍ରିଜଟି ୫ ବର୍ଷ ତଳୁ କାମ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ରିଜର ଦୁଇ ପଟ ରାସ୍ତା ସହିତ ସଠିକ ସଂଯୋଗ ହୋଇନାହିଁ ବା ବ୍ରିଜର ବାଡ ନାହିଁ  । ଯାହା ଫଳରେ ବ୍ରିଜ ତଳକୁ ବୃଦ୍ଦ ଖସି ପଡିଥିଲେ  । ତାଙ୍କୁ ସଙ୍ଗେ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା  । ସେଠାରେ ଡାକ୍ତରତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  । ଏହାକୁ ନେଇ ସେଠାରେ ଚାପ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ଉପସ୍ଥିତ ରହିଛନ୍ତି  । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 D Senapati
Delang

ads

Blog Archive

Popular Posts