ଧାନ କଳେଇ ଗଦାରେ ଦୁବୁର୍ତ୍ତ ଲଗାଇଲେ ନିଆଁ
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ମାଛପଡା ଗ୍ରାମ ଗହିରରେ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି ଦୁବୁର୍ତ୍ତ ବିଲରେ ଗଦା ମରାଯାଇଥିବା ଧାନ କଳେଇ ଗଦାରେ ନିଆଁ ଲଗାଇ ଦେଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ସୁଚନା ଯୋଗ୍ୟ ଯେ ମାଛପଡା ଗ୍ରାମର ନକୁଳ ବିଶ୍ୱାଳଙ୍କର ଗହିର ବିଲରେ ମରାଯାଇଥିବା ଧାନ କଳେଇ ରେ କୌଣସି ଦୁବୁର୍ତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


